କୋଲକତା,୨୮।୮: କୋଲକାତାର ଏକ କଲେଜରେ ଅନ୍ଲାଇନ ଆଡମିଶନ ପ୍ରକ୍ରିୟାବେଳେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଆଶୁତୋଷ କଲେଜର ବିଏରେ ଆଡମିଶନ ପାଇଁ ୱେବସାଇଟରେ ପ୍ରକାଶିତ ପ୍ରଥମ ମେରିଟ ତାଲିକାରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମ ଥିଲା। ଏହି ତାଲିକାରେ ନାମ ସହିତ ଆବେଦନ ଆଇଡି ଏବଂ ରୋଲ ନମ୍ବର ମଧ୍ୟ ରହିଥିଲା। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଚାରୋଟି ବିଷୟ ତାଙ୍କୁ ୪୦୦ କିମ୍ବା ପୂର୍ଣ୍ଣ ମାର୍କ ଦିଆଯାଇଛି। ଏନେଇ କଲେଜର ଜଣେ ଅଧିକାରୀ କହିଛନ୍ତି, କୌଣସି ବ୍ୟକ୍ତି ଜାଣିଶୁଣି ଏଭଳି କରିଛନ୍ତି। ସନ୍ନିଙ୍କ ନାଁରେ କିଏ ଜଣେ ଫର୍ମ ପଠେଇଥିବା ସେ କହିଛନ୍ତି। ଏହି ମାମଲାର ଯାଞ୍ଚ୍ ଚାଲିଛି ବୋଲି ସେ କହିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଅନଲାଇନ୍ ପ୍ରବେଶ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଛି।