ବଲିଉଡ୍ର ବେବି ଡଲ୍ ସନ୍ନି ଲିଓନି ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ଅଭିନେତ୍ରୀ ଖ୍ରୀଷ୍ଟିଆନର ବିବାହ ପୋଷାକ ପିନ୍ଧି ସଜ ହୋଇଥିବାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଧଳା ରଙ୍ଗର ଏହି ବିବାହ ପୋଷାକରେ ସନ୍ନି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫଟୋରେ ସେ ଏକ ଗଛ ନିକଟରେ ଛିଡ଼ା ହୋଇ ଫଟୋଶୁଟ୍ କରୁଥିବାର ଦେଖିବାକୁ ମିଳିଛି। ଏହି ଫଟୋ ଶେୟାର କରି ସନ୍ନି କାପଶନରେ ପ୍ରଶଂସକଙ୍କୁ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ମ୍ୟାରି ମିଁ। ଏହି ଫଟୋକୁ ପ୍ରଶଂସମାନେ ଲାଇକ୍ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି। ପ୍ରଶଂସକମାନେ ତାଙ୍କ ଲୁକ୍କୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ପ୍ରସ୍ତୁତ ଅଛି। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଠିକ୍ ଅଛି, ଚାଲ ବିବାହ କରିବା।