ଗୀତକୁ ନେଇ ବିବାଦରେ ସନ୍ନି ଲିଓନି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ପୁଣି ଚର୍ଚ୍ଚାରେ। ଏବେ ସେ ଆଉ ତାଙ୍କ ନୂଆ ରିଲିଜ୍‌ ଗୀତକୁ ନେଇ ବିବାଦ ଘେରକୁ ଆସିଛନ୍ତି। ସୋସିଆଲ ମିଡିଆରେ ସନ୍ନିଙ୍କ ଏହି ଗୀତକୁ ନେଇ ଟ୍ରୋଲ କରାଯାଉଛି। ଏପରିକି ବ୍ୟାନ କରିବା ପାଇଁ ଦାବି ହୋଇଛି।

ସନ୍ନି ନୂଆ ମ୍ୟୁଜିକ ଭିଡିଓ ଆଲବମ ‘ନାଚେ ମଧୁବନ ମେଁ ରାଧିକା’ ଜରିଆରେ ସେ ପୁଣି ଥରେ ତାଙ୍କୁ ଆଇଟମ୍‌ ଗୀତରେ ଦେଖିବାକୁ ମିଳିଛି। ତେବେ ଏହି ଗୀତ ୨୨ ଡିସେମ୍ବରରେ ମୁକ୍ତିଲାଭ କରିଥିଲା। ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ଗୀତ ମାଧ୍ୟମରେ ହିନ୍ଦୁମାନଙ୍କ ଭାବନାକୁ ଆଘାତ ପହଞ୍ଚାଇ ଥିବା ଅଭିଯୋଗ ହୋଇଛି। ଜଣେ ୟୁଜର୍ସ ଲେଖିଛନ୍ତି, ରାଧିକା ଜଣେ ନୃତ୍ୟଶିଳ୍ପୀ ନୁହଁନ୍ତି ବରଂ ସେ ଶ୍ରୀକୃଷ୍ଣଙ୍କ ଜଣେ ଭକ୍ତ ଥିଲେ। ମଧୁବନ ଏକ ଶାନ୍ତିର ସ୍ଥାନ। ରାଧା ମଧୁବନରେ ଏହିପରି ନାଚନ୍ତି ନାହିଁ। ଏହା ଲଜ୍ଜାଜନକ ଗୀତ। ଏହି ଗୀତକୁ କନିକା କପୁର ଗାଇଥିବା ବେଳେ ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫି କରିଛନ୍ତି। ଉଭୟ ସନ୍ନି ଏବଂ କନିକା ଏହି ଗୀତର ପ୍ରମୋଶନ ପାଇଁ ବିଗ୍‌ ବସ ୧୫ ରେ ପହଞ୍ଚିଥିଲେ।

Share