ପୁଣି ବଡ଼ ପରଦାରେ ନଜର ଆସିବେ ବରୁଣ-ଜାହ୍ନବୀ

ମୁମ୍ବାଇ: ବଡ଼ ପରଦାରେ ପୁଣିଥରେ ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଉଭୟଙ୍କ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ସନି ସଂସ୍କାରୀ କି ତୁଲସୀ କୁମାରୀ’ରେ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ଏବେ ଏହି ଫିଲ୍ମର ନୂତନ ରିଲିଜ୍‌ ଡେଟ୍‌ ସାମ୍‌ନାକୁ ଆସିଛି। ପୂର୍ବରୁ ଏହି ଫିଲ୍ମ ଏପ୍ରିଲ ୧୮ରେ ରିଲିଜ୍‌ ହେବ ବୋଲି ଘୋଷଣା କରାଯାଇଥିଲା।

ତେବେ କୌଣସି କାରଣବଶତଃ ଏହି ରିଲିଜ୍‌ ତାରିଖକୁ ୩ ମାସ ଯାଏ ଘୁଞ୍ଚାଯାଇଛି। ଆସନ୍ତା ସେପ୍ଟେମ୍ବର ୧୨ରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି ରବିବାର ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫିଲ୍ମ ନିର୍ମାତା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଶଶାଙ୍କ ଖେତନ।

‘ସନି ସଂସ୍କାରୀ କି ତୁଲସୀ କୁମାରୀ’ରେ ଦ୍ୱିତୀୟଥର ପାଇଁ ବରୁଣ ଏବଂ ଜାହ୍ନବୀଙ୍କ କେମେଷ୍ଟ୍ରିକୁ ଦେଖିବାକୁ ମିଳିବ। ପୂର୍ବରୁ ୨୦୨୩ରେ ରିଲିଜ୍‌ ହୋଇଥିବା ରୋମାଣ୍ଟିକ୍‌ ଆକ୍ସନ ଫିଲ୍ମ ‘ବଓ୍ବାଲ’ରେ ଉଭୟ ବରୁଣ ଓ ଜାହ୍ନବୀଙ୍କ ଯୋଡ଼ିକୁ ଏକାଠି ଦେଖିବାକୁ ମିଳିଥିଲା। ଉକ୍ତ ଫିଲ୍ମ ଓଟିଟି ପ୍ଲାଟ୍‌ଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହୋଇଥିଲା।

‘ସନି ସଂସ୍କାରୀ କି ତୁଲସୀ କୁମାରୀ’ ଫିଲ୍ମରେ ବରୁଣ ଓ ଜାହ୍ନବୀଙ୍କ ବ୍ୟତୀତ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା, ଅଭିନେତା ମନୀଷ ପଲ୍‌, ରୋହିତ ସରାଫ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ। ଆଗାମୀ ଦିନରେ ବରୁଣ ‘ବର୍ଡର ୨’ ଏବଂ ‘ଭେଡିୟା ୨’ ଫିଲ୍ମରେ ନଜରକୁ ଆସିବେ। ସେହିପରି ଜାହ୍ନବୀ ଆଗାମୀ ଦିନରେ ଅଭିନେତା ସିଦ୍ଧାର୍ଥ ମାଲ୍‌ହୋତ୍ରାଙ୍କ ସହ ‘ପରମ ସୁନ୍ଦରୀ’ ଓ ସାଉଥ୍‌ ଷ୍ଟାର୍‌ ରାମଚରଣଙ୍କ ସହ ‘ଆର୍‌ସି ୧୬’ ଫିଲ୍ମରେ ନଜରକୁ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କଠାରୁ ବାଟ ଅଲଗା କଲେ ପ୍ରିୟଙ୍କା

ମୁମ୍ବାଇ: ବ୍ରେକ୍‌ଅପ୍‌ କରିନେଇଛନ୍ତି ଟେଲି ପରଦାର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ପ୍ରିୟଙ୍କା ଚାହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତା। ଉଭୟଙ୍କ ଅନ୍‌ସ୍କ୍ରିନ ଏବଂ ଅଫସ୍କ୍ରିନ୍‌ କେମେଷ୍ଟ୍ରି...

ଛାତିରେ ପ୍ରବଳ ଯନ୍ତ୍ରଣା ପରେ AR Rahman ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ,୧୬।୩: ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଖ୍ୟାତନାମା ସଂଗୀତକାର ଏ.ଆର୍‌. ରେହମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଉଛି। ରବିବାର ସକାଳେ...

ରାନ୍ୟା ରାଓ କେମିତି ପାଲଟିଲେ Gold Smuggler? କ’ଣ ଥିଲା ସୁନା ଚାଲାଣ ରୁଟ୍‌, କିଏ ଦେଲା ସାଥ୍‌

ମୁମ୍ବାଇ,୧୫ା୩: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁନା ଚୋରା ଚାଲାଣ ପାଇଁ ରାନ୍ୟା...

OTTରେ ରିଲିଜ ହେଲା କଙ୍ଗନାଙ୍କ ଫିଲ୍ମ‘ଏମରଜେନ୍ସି’, ଜାଣନ୍ତୁ କେଉଁଠି ଦେଖିପାରିବେ

ମୁମ୍ବାଇ: ବହୁ ବିବାଦ ପରେ ଚଳିତ ବର୍ଷ ଜାନୁଆରୀରେ କଙ୍ଗନାଙ୍କ ‘ଏମରଜେନ୍ସି’ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ମଧ୍ୟ ବହୁତ ପସନ୍ଦ ଆସିଥିଲା।...

ଜେଲରେ ରହିବେ ରାନ୍ୟା ରାଓ, ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

ମୁମ୍ବାଇ,୧୫।୩: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଜେଲରେ ରହିବାକୁ ପଡିବ। ଶୁକ୍ରବାର ଆର୍ଥିକ ଅପରାଧ ଅଦାଲତ ତାଙ୍କ ଜାମିନ...

ରବୀନ୍ଦ୍ର ମଣ୍ଡପରେ ହେମାମାଳିନୀଙ୍କ ଭାରତନାଟ୍ୟମ ନୃତ୍ୟରେ ଦର୍ଶକ ବିମୋହିତ, ହେମା କହିଲେ…

ଭୁବନେଶ୍ୱର,୧୫।୩:(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ବୃନ୍ଦାବନ ମହୋତ୍ସବ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ...

ଆମିର ଖାନଙ୍କ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟ କିଏ? ଯାହାଙ୍କୁ ବାହାହେବାକୁ କଲେ ଖୁଲାସା

ମୁମ୍ବାଇ: ଗୌରୀ ସ୍ପ୍ରେଟ ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ ମହିଳା ଯାହାଙ୍କ ବାପା ତାମିଲ-ବ୍ରିଟିଶ ବଂଶୋଦ୍ଭବ ଏବଂ ମାଆ ପଞ୍ଜାବୀ-ଆରିଶ ବଂଶୋଦ୍ଭବ। ସେ ବାଙ୍ଗାଲୋରରେ ରୁହନ୍ତି ଏବଂ ଆମିର...

ପ୍ରେମିକା ଗୌରୀଙ୍କ ସହ ସମ୍ପର୍କକୁ ନିଶ୍ଚିତ କଲେ ଆମିର ଖାନ: “କହିଲେ- ଶାହରୁଖ, ସଲମାନ…”

ନୂଆ ଦିଲ୍ଲୀ: ଗୁରୁବାର (୧୩ ମାର୍ଚ୍ଚ) ଥିଲା ବଲିଉଡ ଅଭିନେତା ଆମିର ଖାନଙ୍କ ଜନ୍ମଦିନ। ଏହି ବିଶେଷ ଅବସରରେ, ଅଭିନେତା ଗଣମାଧ୍ୟମ ସହିତ ଏକ ସାକ୍ଷାତକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image