ଆୟର ୧୦ ପ୍ରତିଶତ ଭୂକମ୍ପ ପ୍ରଭାବିତଙ୍କ ପାଇଁ ଦାନ କରିବେ ସନ୍ନି…

ମୁମ୍ବାଇ,୧୯।୨ : ନିକଟରେ ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପ ପରେ ସେଠାରେ ଥିବା ଲୋକଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଫେବୃଆରୀ ୬ ରେ ତୁର୍କୀରେ ୭.୮ ତୀବ୍ରତାଯୁକ୍ତ ଭୂକମ୍ପ ପରେ ତୁର୍କୀରେ ଧ୍ୱଂସାବଶେଷରେ ପରିଣତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେଠାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ତୁର୍କୀରେ ପ୍ରାୟ ୩.୪୫,୦୦୦କୋଠା ଭାଙ୍ଗି ଯାଇଛି। ବହୁ ଲୋକ ନିଖୋଜ ଅଛନ୍ତି। ତୁର୍କୀରେ ମୃତ୍ୟୁସଂଖ୍ୟା ପ୍ରାୟ ୪୦,୬୪୨ ଥିବାବେଳେ ପଡୋଶୀ ସିରିଆରେ ୫,୮୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବଲିଉଡ ତାରକାମାନେ ମଧ୍ୟ ଏହି ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ଅଭିନେତ୍ରୀ ସନ୍ନି ଲିଓନି ତୁର୍କୀ ଏବଂ ସିରିଆକୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ତୁର୍କୀ ଏବଂ ସିରିଆରେ ପୀଡିତଙ୍କ ପାଇଁ ସନ୍ନି ଲିଓନ ଏବଂ ତାଙ୍କ ସ୍ବାମୀ ଡାନିଏଲ ୱେବର ମଧ୍ୟ ସହାୟତା କରିବାକୁ ଘୋଷଣା କରିଛନ୍ତି। ସିରିଆ ଏବଂ ତୁର୍କୀରେ ଭୂକମ୍ପ ପ୍ରଭାବିତ ଲୋକଙ୍କ ରିଲିଫ ପାଇଁ ଫେବୃଆରୀରେ ସେମାନଙ୍କ କସମେଟିକ ବ୍ରାଣ୍ଡର ରୋଜଗାରର ୧୦ ପ୍ରତିଶତ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସନ୍ନି ଲିଓନ କହିଛନ୍ତି ଯେ ସମସ୍ତେ ସାହାଯ୍ୟର ହାତ ବଢ଼ାଇବା ଆବଶ୍ୟକ ।

ସନ୍ନି ଲିଓନ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ମଧ୍ୟ ଭୂକମ୍ପରେ ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ।

Share