‘ବର୍ଡର-୨’ରେ ନଜର ଆସିବେ ସନ୍ନି

ମୁମ୍ବାଇ: ଅଭିନେତା ସନ୍ନି ଦେୱଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ରେ ବେଶ୍‌ ସଫଳତା ମିଳିବା ପରେ ତାଙ୍କ ହାତକୁ ଏବେ ନୂଆ ପ୍ରୋଜେକ୍ଟ ଆସିଛି। ନିର୍ମାତା ଜେପି ଦତ୍ତଙ୍କ ସିନେମା ‘ବର୍ଡର-୨’ରେ ସନ୍ନିଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ଜରିଆରେ ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧକୁ ଦର୍ଶାଯିବ ବୋଲି ଜଣାପଡ଼ିଛି। ସମ୍ପୂର୍ଣ୍ଣ ନୂଆ ଚେହେରାଙ୍କୁ ନେଇ ଏହା ପ୍ରସ୍ତୁତ କରାଯିବ। ୧୯୯୭ରେ ରିଲିଜ୍‌ ହୋଇଥିବା ‘ବର୍ଡର’ରେ ଜ୍ୟାକି ଶ୍ରଫ୍‌, ସୁନୀଲ ସେଟ୍ଟୀ, ଅକ୍ଷୟ ଖାନ୍ନା, ସୁଦେଶ ବେରି, ପୁନିତ୍‌ ଇସାର୍‌ ଏବଂ କୁଳଭୂଷଣ ଖରବନ୍ଧା ନଜର ଆସିଥିଲେ। ଫିଲ୍ମ ‘ବର୍ଡର’ ସେ ସମୟରେ ସବୁଠାରୁ ଅଧିକ ରୋଜଗାର କରିଥିଲା। ଫିଲ୍ମ ପାଇଁ ନିର୍ମାତା ଜେପି ଦତ୍ତଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଥିଲା।

Share