ସନ୍ନିଙ୍କ ରେଷ୍ଟୁରାଣ୍ଟ ଭିଡିଓ ଭାଇରାଲ

ଅଭିନେତ୍ରୀ ସନ୍ନି ଲିଓନ ବର୍ତ୍ତମାନ ଏକ ରେଷ୍ଟୁରାଣ୍ଟର ମାଲିକିଆଣୀ, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସ୍ବାମୀ ଡାନିଏଲ ୱେବରଙ୍କ ସହ ନୋଏଡାରେ ସନ୍ନି ଏହି ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି। ସେ ଏହାର ନାମ ‘ଚିକାଲୋକା’ ରଖିଛନ୍ତି। ସନ୍ନି ତାଙ୍କ ପ୍ରଶଂସକଙ୍କ ପାଇଁ ରେଷ୍ଟୁରାଣ୍ଟର କିଛି ଝଲକ ଦେଖାଇଛନ୍ତି। ଏଥିସହ ସେ ଦୁନିଆକୁ ଜିତିବା ଲାଗି ଇଚ୍ଛାପ୍ରକାଶ କରିଥିବା କହିଛନ୍ତି। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ରେଷ୍ଟୁରାଣ୍ଟ ଖୋଲିବା ବ୍ୟତୀତ ସେ ଅଧିକ ଆଇଡିଆ ଉପରେ କାମ କରିବାକୁ ଚାହୁଁଛନ୍ତି। କେବଳ ମନୋରଞ୍ଜନରେ ନିଜକୁ ସୀମିତ ନ କରି ସେମାନଙ୍କ ବ୍ରାଣ୍ଡ ମୂଲ୍ୟ ଅନୁସରଣ କରିବା ଉଚିତ୍‌ ବୋଲି ସନ୍ନି କହିଛନ୍ତି। ଅଭିନେତା ଭାବେ କେବଳ ଚଳଚ୍ଚିତ୍ର କିମ୍ବା ଟିଭିରେ ସୀମିତ ରହିବା ଉଚିତ୍‌ ନୁହେଁ ବରଂ ସେହି ଜୋନ୍‌ରୁ ବାହାରକୁ ଯାଇ କିଛି ନୂଆ କରିବାକୁ ସନ୍ନି ବିଶ୍ୱାସ କରନ୍ତୁ, ଯାହାଦ୍ୱାରା ତାଙ୍କ ବ୍ରାଣ୍ଡର ଆହୁରି ବିସ୍ତାର ହୋଇପାରିବ। ଶେଷଥର ପାଇଁ ସେ ଫିଲ୍ମ ‘ଥି ଇଭାନ୍‌’ରେ ନଜର ଆସିଥିଲେ। ଆଗକୁ ତାଙ୍କ ହାତରେ ଅନେକ ସିନେମା ରହିଛି।

Share