Categories: ଖେଳ

ବ୍ରାଏନ୍‌ ଲାରାଙ୍କୁ ବଡ଼ ଦାୟିତ୍ୱ: ଆଇପିଏଲ୍‌ର ଏହି ଟିମ୍‌ର ହେଲେ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୩।୯: ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ୍‌ ଲାରାଙ୍କୁ ନୂଆ ଦାୟିତ୍ୱ। ଆଗାମୀ ଆଇପିଏଲ୍‌ ସିଜନ ଲାଗି ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ ପ୍ରଶିକ୍ଷକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ଗତ ସିଜନରେ ଦଳର ମୁଖ୍ୟ କୋଚ୍‌ ଥିବା ଟମ୍‌ ମୁଡିଙ୍କ ସହ ଫ୍ରାଞ୍ଚାଇଜ୍‌ ସମ୍ପର୍କ ଛିନ୍ନ କରିଛି। ୨୦୨୨ ଆଇପିଏଲ୍‌ରେ ହାଇଦ୍ରାବାଦ ଟିମ୍‌ ଅଷ୍ଟମ ସ୍ଥାନରେ ରହିଥିଲା। ଲାରା ସେତେବେଳେ ଦଳର ରଣନୀତିକ ପରାମର୍ଶଦାତା ଏବଂ ବ୍ୟାଟିଂ ପ୍ରଶିକ୍ଷକ ଥିଲେ। ତେବେ ଲାରାଙ୍କ ନିଯୁକ୍ତି ନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ସୋସିଆଲ ମିଡିଆରେ ଘୋଷଣା କରାଯାଇଛି।

ପ୍ରକାଶ ଯେ, ମୁଡିଙ୍କ ମାର୍ଗଦର୍ଶନରେ ହାଇଦ୍ରାବାଦ ଟିମ୍‌ ଭଲ ପ୍ରଦର୍ଶନ କରି ଆସିଥିଲା। ୨୦୧୩ରୁ ୨୦୧୯ ମଧ୍ୟରେ ଦଳ ପାଞ୍ଚଥର ପ୍ଲେଅଫ୍‌ରେ ପହଞ୍ଚିଥିଲା। ଏପରିକି ୨୦୧୬ରେ ଦଳ ଚାମ୍ପିୟନ ହୋଇଥିଲା। ୨୦୨୨ରେ ଦଳର ପ୍ରଦର୍ଶନ ସେତେଟା ଭଲ ନ ଥିଲା। କାରଣ ଦଳ ୧୪ରୁ ମାତ୍ର ୬ ମ୍ୟାଚ୍‌ରେ ବିଜେତା ହୋଇଥିଲା।

Share