ରାଗିକି ନିଆଁବାଣ ହେଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକାଣୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୪: ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚଳିତ ଆଇପିଏଲ୍‌ ସିଜିନ୍‌ ଆରମ୍ଭ ଖରାପ ରହିଛି। ଦଳ ଲଗାତାର ୪ ମ୍ୟାଚ ହାରିଛି। ଟ୍ରାଭିସ ହେଡ, ଇଶାନ କିଷନ, ଅଭିଷେକ ଶର୍ମାଙ୍କଠାରୁ ଆରମ୍ଭ କରି ଦଳର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ନେ ଗତ ୪ଟି ମ୍ୟାଚ୍‌ରେ ଫ୍ଲପ ହୋଇଛନ୍ତି। ଦଳର ମାଲିକାଣୀ କାବ୍ୟା ମାରାନ ମଧ୍ୟ ଏହି ପରାଜୟକୁ ସହଜେ ହଜମ କରିପାରୁନାହାନ୍ତି। ଦଳର ଏମିତି ପ୍ରଦର୍ଶନରେ ସେ ତାଙ୍କ କ୍ରୋଧକୁ ନିୟନ୍ତ୍ରଣ କରିପାରି ନାହାନ୍ତି।

ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମ ଓଭରରେ ହିଁ ନିଜର ପ୍ରଥମ ଉଇକେଟ ହରାଇଥିଲା। ଟ୍ରାଭିସ ହେଡ ୮ ରନ କରି ଆଉଟ ହୋଇଥିଲେ। ପଞ୍ଚମ ଓଭରରେ ୧୮ ରନ କରି ଅଭିଷେକ ଶର୍ମା ଆଉଟ ହୋଇଥିଲେ, ଉଭୟଙ୍କୁ ମହମ୍ମଦ ସିରାଜ ଆଉଟ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଇଶାନ କିଷନ ପୁଣି ଥରେ ଫ୍ଲପ ହୋଇଥିଲେ। ସେ ୧୭ ରନ କରିବା ପରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ। ଷ୍ଟାଣ୍ଡରେ ବସିଥିବା ଦଳର ମାଲିକାଣୀ କାବ୍ୟା ମାରାନ ପ୍ରତ୍ୟେକ ଉଇକେଟ ପତନ ସହ ରାଗିକି ନିଆଁବାଣ ହୋଇପଡ଼ୁଥିବା ଦେଖାଯାଇଥିଲା। ତାଙ୍କର ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୫୨ ରନ କରିପାରିଥିଲା, ଗୁଜରାଟ ଟାଇଟାନ୍ସ ୧୭ତମ ଓଭରରେ ହିଁ ଏହି ଟାର୍ଗେଟ ହାସଲ କରି ଏକ ବଡ଼ ବିଜୟ ହାସଲ କରିଥିଲା। ଏହି ବିଜୟ ପରେ, ଗୁଜରାଟ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଆସିଛି ଏବଂ ହାଇଦ୍ରାବାଦ ଦଶମ ସ୍ଥାନରେ ରହିଛି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

Jallianwala Bagh Massacre Day: ଆଜି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଦିବସ, ଜାଣନ୍ତୁ ଏହାର ଇତିହାସ, ତ୍ୟାଗ ପଛର କାହାଣୀ

ଆଜି ଅପ୍ରେଲ ୧୩, ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୬ତମ ବାର୍ଷିକୀ। ୧୯୧୯ ମସିହାର ଏହି ଦିନ ଭାରତୀୟ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବେ ଯୋଡ଼ି ହୋଇଥିଲା।...

ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରଶେଫ୍‌

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌରବ ଖାନ୍ନା ‘ସେଲିବ୍ରିଟି ମାଷ୍ଟରଶେଫ୍‌’ ପ୍ରଥମ ସିଜନର ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ରାତିରେ ଆୟୋଜିତ ଗ୍ରାଣ୍ଡ ଫିନାଲେ...

ରାଜ୍ୟପାଳ ଅଲୋଡ଼ା: ତାମିଲନାଡ଼ୁ ଆଣିଲା ୧୦ ଆଇନ

ଚେନ୍ନାଇ,୧୩/୪ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୦ ନୂଆ ଆଇନ ହେଲା ତାମିଲନାଡ଼ୁ ଫିଶେରିଜ୍‌ ୟୁନିଭର୍ସିଟି (ସଂଶୋଧନ) ଆଇନ-୨୦୨୦, ତାମିଲନାଡୁ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ...

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

ଓଡ଼ିଆ ପକ୍ଷ ପାଳନରେ ବରପୁତ୍ରଙ୍କ ଜୀବନୀକୁ ଅନୁସରଣ କରିବାକୁ ଆହ୍ବାନ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଜନ୍ମ ନେଇ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଗ ଦେଖାଇଥିବା କିମ୍ବା ସତନ୍ତ୍ର ଓଡ଼ିଶା ଗଠନର ନେତୃତ୍ୱ ନେଇଥିବା ବ୍ୟକ୍ତିବିଶେଷ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image