Categories: ଖେଳ

ଟସ୍‌ ଜିତିଲା ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ୍‌,୨।୪: ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଲାଯାଉଛି। ଏହି ମ୍ୟାଚରେ ଟସ୍‌ ଜିତି ହାଇଦ୍ରାବାଦ୍‌ ପ୍ରଥମେ ବୋଳିଂ ନିଷ୍ପତ୍ତି ନେଇଛି। ଉଭୟ ଦଳ ସେମାନଙ୍କର କିଛି ପ୍ରମୁଖ ଖେଳାଳିଙ୍କ ବିନା ଖେଳୁଛନ୍ତି। ଏଭଳି ପରିସ୍ଥିତିରେ ଉଭୟ ଦଳ ପାଇଁ ବିଜୟ ସହ ଟୁର୍ନାମେଣ୍ଟ ଆରମ୍ଭ କରିବା ଏକ ବଡ଼ ଆହ୍ବାନ ହେବ।
ଏହି ମ୍ୟାଚରେ ଭବନେଶ୍ୱର କୁମାର ହାଇଦ୍ରାବାଦର ଅଧିନାୟକ ଅଛନ୍ତି। ଏହି ଦଳର ନିୟମିତ ଅଧିନାୟକ ଆଡେନ ମାର୍କ୍ରାମ ବର୍ତ୍ତମାନ ଉପଲବ୍ଧ ନାହାନ୍ତି। କିଛି ମ୍ୟାଚ ପରେ ସେ ଦଳରେ ଯୋଗଦେବେ। ଫଜଲହକ ଫାରୁକି, ହାରୋ ବ୍ରୁକ, ଆଦିଲ ରସିଦ ଏବଂ ଗ୍ଲେନ ଫିଲିପ୍ସ ହାଇଦ୍ରାବାଦ ଦଳର ବିଦେଶୀ ଖେଳାଳି। ଏଥି ସହିତ ଜୋସ ବଟଲର, ଶିମ୍ରନ ହେଟମିୟର, ଜେସନ ହୋଲ୍ଡର ଏବଂ ଟ୍ରେଣ୍ଟ ବୋଲ୍ଟ ରାଜସ୍ଥାନ ଦଳର ବିଦେଶୀ ଖେଳାଳି ଖେଳୁଛନ୍ତି।

Share