Categories: ଖେଳ

ସନ୍‌ସାଇନ୍‌ ଫୁଟ୍‌ବଲ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର, ୩ା୫ (ସ୍ପୋଟର୍‌ସ ବ୍ୟୁରୋ): କଟକସ୍ଥିତ ସନ୍‌ସାଇନ ଗ୍ରାଉଣ୍ଡରେ ଆଉ ଏକ ଗ୍ରାସ୍‌ରୁଟ୍‌ ସେଣ୍ଟର ମଙ୍ଗଳବାର ସଫଳତାର ସହ ଉଦ୍‌ଘାଯିତ ହୋଇଯାଇଛି। ଏହି ସେଣ୍ଟରର ନାମ ସନ୍‌ସାଇନ୍‌ ଫୁଟ୍‌ବଲ ଏକାଡେମୀ ରଖାଯାଇଛି। ସନ୍‌ସାଇନ୍‌ ଫୁଟବଲ ଏକାଡେମୀ ଗ୍ରାସ୍‌ରୁଟ ସେଣ୍ଟରର ଉଦ୍‌ଘାଟନୀ ଉତ୍ସବରେ ଫୁଟ୍‌ବଲ ଆସୋସିଶନ ଅଫ୍‌ ଓଡ଼ିଶା (ଫାଓ)ର କର୍ମକର୍ତ୍ତା ଯଥା ଯୁଗ୍ମ ସମ୍ପାଦକ ଦ୍ୱୟ ସହିଦ ଜବାର ଓ ବିଶ୍ୱରଞ୍ଜନ ଘଡ଼େଇ, ସଦସ୍ୟ ବିଜୟ କୁମାର ଦାସ ଏବଂ ବୈଷୟିକ ନିର୍ଦ୍ଦେଶକ ସୁରଜିତ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

Share