Posted inଖେଳ

ସୁପର-୮ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ସେଣ୍ଟ ଭିନ୍‌ସେଣ୍ଟ, ୧୮ା୬ (ପି.ଟି.): ଟି୨୦ ବିଶ୍ୱକପରେ ସୋମବାର ବାଂଲାଦେଶ ୨୧ ରନ୍‌ରେ ନେପାଳକୁ ପରାସ୍ତ କରିଛି। ଶେଷ ଦଳ ଭାବେ ସୁପର-୮ରେ ପ୍ରବେଶ କରିଥିବା ବେଳେ ଲାଇନ୍‌ ଅପ୍‌ ମଧ୍ୟ ଚୂଡାନ୍ତ ହୋଇଛି। ସେଣ୍ଟ ଭିନ୍‌ସେଣ୍ଟରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚରେ ବାଂଲାଦେଶ ୧୯.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୦୬ ରନ୍‌ କରିଥିଲା। ଜବାବରେ ନେପାଳ ୧୯.୨ ଓଭରରେ ୮୫ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ଏହା ସହିତ ସୁପର-୮ର ଗ୍ରୁପ୍‌ ଏରେ ଭାରତ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ସହିତ ସାମିଲ ହୋଇଛି ବାଂଲାଦେଶ। ଅନ୍ୟ ପକ୍ଷରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ ଓ ଆମେରିକା ଗ୍ରୁପ ବି’ରେ ସ୍ଥାନ ପାଇଛନ୍ତି।
ନେପାଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବୋଲିଂ ସହାୟକ ପିଚ୍‌ରେ ବାଂଲାଦେଶ ବ୍ୟାଟର ରନ୍‌ ସଂଗ୍ରହ କରିବାରେ ବିଫଳ ହୋଇଥିଲେ। ୩୦ ରନ୍‌ରେ ଦଳ ୪ ଉଇକେଟ ହରାଇ ସଂଘର୍ଷ କରୁଥିଲା। ଟପ୍‌ ସ୍କୋରର ଶାକିବ୍‌ ଅଲ ହସନ ୧୭ ଓ ମହମ୍ମଦୁଲ୍ଲା ୧୩ ରନ୍‌ କରି ଇନିଂସ ସମ୍ଭାଳିଥିଲେ। ଶେଷ ଆଡକୁ ଜାକର ଅଲୀ ୧୨, ରିଶଦ ହୋସେନ୍‌ ୧୩ ଓ ଟାସ୍କିନ ଅହମଦ ୧୨ ରନ୍‌ କରିବାରୁ ବାଂଲାଦେଶ ୧୦୬ ରନ୍‌ରେ ପହଞ୍ଚିଥିଲା। ନେପାଳ ପକ୍ଷରୁ ସୋମପାଲ କାମି, ଦୀପେନ୍ଦ୍ର ସିଂ ଐରୀ, ରୋହିତ ପୌଡେଲ ଓ ସନ୍ଦୀପ ଲାମିଚାନେ ପ୍ରତ୍ୟେକ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୨ ଜଣ ବ୍ୟାଟର ରନ୍‌ଆଉଟ ହୋଇଥିଲେ।
୧୦୭ ରନ୍‌ ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିଥିବା ନେପାଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତାଞ୍ଜିମ ହସନ ଶାକିବ ଚମତ୍କାର ବୋଲିଂ କରିବା କାରଣରୁ ନେପାଳ ୨୬ ରନ୍‌ରେ ୫ ଉଇକେଟ ହରାଇଥିଲା। ୪ ଓଭରରେ ୨ ମେଡେନ ସହ ୭ ରନ୍‌ ଦେଇ ସେ ୪ ଉଇକେଟ ନେଇଥିଲେ। କୁଶାଲ ମଲ୍ଲ ୨୭ ଓ ଦୀପେନ୍ଦ୍ର ସିଂ ଐରୀ ୨୫ ରନ୍‌ କରିବା ସହ ଷଷ୍ଠ ଉଇକେଟରେ ୫୨ ରନ୍‌ ଯୋଡିଥିଲେ। ଦଳୀୟ ସ୍କୋର ୭୮ ରନ୍‌ରେ କୁଶାଲ ଆଉଟ ହେବା ପରେ ଅନ୍ତିମ ୩ ବ୍ୟାଟର ମାତ୍ର ୭ ରନ୍‌ ଯୋଡିଥିଲେ। ତାଞ୍ଜିମଙ୍କ ବ୍ୟତୀତ ମୁସ୍ତାଫିଜୁର ରେହମାନ ୩, ଶାକିବ ଅଲ ହସନ ୨ ଓ ଟାସ୍କିନ ଅହମଦ ୧ଉଇକେଟ ନେଇଥିଲେ। ଘାତକ ବୋଲିଂ କରିଥିବା ତାଞ୍ଜିମ ହସନ ଶାକିବଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
୍‌ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୧୯.୩ ଓଭରରେ ୧୦୬/୧୦ (ଶାକିବ ଅଲ ହସନ-୧୭, ମହମ୍ମଦୁଲ୍ଲା-୧୩, ରିଶଦ ହୋସେନ-୧୩, ସୋମପାଲ କାମି-୨/୧୦, ସନ୍ଦୀପ ଲାମିଚାନେ-୨/୧୭, ରୋହିତ ପୌଡେଲ-୨/୨୦)। ନେପାଳ ୧୯.୨ ଓଭରରେ ୮୫/୧୦ (କୁଶାଲ ମଲ୍ଲ-୨୭, ଦୀପେନ୍ଦ୍ର ସିଂ ଐରୀ-୨୫, ଆସିଫ୍‌ ଶେଖ-୧୭, ତାଞ୍ଜିମ ହସନ ଶାକିବ-୪/୭, ମୁସ୍ତାଫିଜୁର ରେହମାନ-୩/୭, ଶାକିବ ଅଲ ହସନ-୨/୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ଉପରେ ବଲ୍ ଟାମ୍ପରିଂ ଅଭିଯୋଗ ଲଗାଇଲେ ପାକିସ୍ତାନର ଇଞ୍ଜାମାମ-ଉଲ-ହକ୍

ନୂଆଦିଲ୍ଲୀ,୨୬।୬: ପୂର୍ବତନ ପାକିସ୍ତାନ କ୍ରିକେଟର ତଥା ଅଧିନାୟକ ଇଞ୍ଜାମାମ-ଉଲ-ହକ ଏକ ବିଚିତ୍ର ଦାବି କରିଛନ୍ତି ଯେ ”ଭାରତର ଦ୍ରୁତ ବୋଲର ମାନେ ୨୦୨୪ ଟି -୨୦...

ନୂଆ ସରକାର ଆସିବା ପରେ ହନୁମା ବିହାରୀଙ୍କ ୟୁ-ଟର୍ନ, ଏବେ ଏହି ରାଜ୍ୟରୁ ଖେଳିବେ…

ଅମରାବତି,୨୬।୬: ଭାରତୀୟ ଅଲରାଉଣ୍ଡର ହନୁମା ବିହାରୀ ଏବେ ଆନ୍ଧ୍ରପ୍ରଦେଶ ପାଇଁ ଖେଳିବେ। ୩ ବର୍ଷ ପୂର୍ବେ ସେ କେବେହେଲେ ଆନ୍ଧ୍ର ଲାଗି ଖେଳିବେ ନାହିଁ ବୋଲି...

ସୂର୍ଯ୍ୟକୁମାରଙ୍କୁ ହଟାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୬: ଟି -୨୦ ବିଶ୍ୱକପ ୨୦୨୪ ମଧ୍ୟରେ ଆଇସିସି ଦ୍ୱାରା ଟି-୨୦ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଏଥର ର଼୍ୟାଙ୍କିଙ୍ଗରେ ବହୁତ ବଡ ଓଲଟପାଲଟ ଘଟିଛି। ବିଶେଷ...

ପ୍ୟାରିସ ୨୦୨୪ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ହକି ପୁରୁଷ ଦଳ, ଓଡ଼ିଶାରୁ ଅମିତ ରୋହିଦାସଙ୍କୁ ସୁଯୋଗ

ବେଙ୍ଗାଲୁରୁ, ୨୬।୦୬: ପ୍ୟାରିସ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଛି ଭାରତୀୟ ହକି ପୁରୁଷ ଦଳ। ୧୬ ଜଣିଆ ଦଳ ଘୋଷଣା ହୋଇଥିଲା ବେଳେ ଓଡ଼ିଶାରୁ ଏକମାତ୍ର...

ଭାରତ-ଇଂଲଣ୍ଡ ମ୍ୟାଚ୍‌: ବର୍ଷା ହେଲେ କିଏ ଖେଳିବ ଫାଇନାଲ୍‌ ?

ନୂଆଦିଲ୍ଲୀ, ୨୬।୦୬: ଟି-୨୦ ବିଶ଼୍ବକପ୍‌ରେ ଜୁନ୍‌ ୨୭ ଅର୍ଥାତ୍‌ ଗୁରୁବାର ଗୁଏନାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ରୋହିତଙ୍କ ଅଧିନାୟକତ଼୍ବରେ...

ଆଫଗାନିସ୍ତାନ କ୍ରିକେଟରେ ସୁବର୍ଣ୍ଣ ଅଧ୍ୟାୟ

କିଙ୍ଗ୍‌ଷ୍ଟନ, ୨୬।୬: ଆଫଗାନିସ୍ତାନ କ୍ରିକେଟ ଇତିହାସରେ ଯୋଡ଼ିହୋଇଛି ସୁବର୍ଣ୍ଣ ଅଧ୍ୟାୟ। ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ରଶିଦ ଖାଁଙ୍କ ନେତୃତ୍ୱାଧୀନ ଏହି...

ଐତିହାସିକ ବିଜୟ ପରେ ଆଫଗାନିସ୍ତାନ ସଡ଼କରେ ଜନ ସମୁଦ୍ର

କାବୁଲ,୨୫।୬: ଯାହା ଆଶା କରାଯାଇନଥିଲା ଆଫଗାନିସ୍ତାନ କ୍ରିକେଟ ଟିମ ବିଶ୍ୱରେ ତାହା କରି ଦେଖାଇଲା। ଏହି ଦଳ ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ...

ଅନ୍ତର୍ଜାତୀୟ କ୍ରିକେଟରେ ଡେଭିଡଙ୍କ କ୍ୟାରିୟର ଶେଷ

ନୂଆଦିଲ୍ଲୀ,୨୫।୬: ଆଫଗାନିସ୍ତାନ କ୍ରିକେଟ ଦଳ ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ସ୍ଥାନ ପାଇଛି। ବାଂଲାଦେଶ ଉପରେ ବିଜୟ ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri