ଆବୁଧାବି, ୧୯।୧୦: ଚଳିତ ଆଇପିଏଲ୍ରେ ସୋମବାର ଅନୁଷ୍ଠିତ ୩୭ତମ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସର ମୁକାବିଲା ରାଜସ୍ଥାନ ରୟାଲ୍ସ ସହ ହୋଇଛି। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସୁପର୍ କିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୨୫ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ଓପନର୍ ସାମ୍ କୁରାନ୍ ୨୨, ଫାଫ୍ ଡୁ ପ୍ଲେସିସ୍ ୧୦, ଶେନ୍ ଓ୍ବାଟସନ ୮, ଅମ୍ବାତି ରାୟୁଡୁ ୧୩, ମହେନ୍ଦ୍ର ସିଂ ଧୋନୀ ୨୮, ରବୀନ୍ଦ୍ର ଜାଡେଜା ୩୫* ଓ କେଦାର ଯାଦବ ୪* ରନ କରିଥିଲେ। ଚେନ୍ନାଇ ଅଧିନାୟକ ଧୋନୀଙ୍କ ପାଇଁ ଏହି ମ୍ୟାଚ୍ ବେଶ୍ ସ୍ମରଣୀୟ ହୋଇଛି। ଆଇପିଏଲ୍ରେ ଏହା ତାଙ୍କର ୨୦୦ତମ ମ୍ୟାଚ୍ ଥିଲା। ପ୍ରଥମ ଖେଳାଳି ଭାବେ ଧୋନୀ ଆଇପିଏଲ୍ରେ ୨୦୦ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।