ଜନ୍ମ ହେଲା ଦୁନିଆର ପ୍ରଥମ ଦୁର୍ଲଭ ପ୍ରଜାତିର ଧଳା କୁମ୍ଭୀର, ଦେଖିବାକୁ ଲାଗିଛି ଲମ୍ବା ଧାଡି

ଫ୍ଲୋରିଡା,୯।୧୨: କୁମ୍ଭୀର ନାଁ ଶୁଣିବା ମାତ୍ରେ ଏକ କଳା ଓ ମାଟିଆ ରଙ୍ଗ, ଗୋଲ ପୃଥୁଳ ଶରୀର ଥିବା ଜୀବ ବୋଲି ଜାଣିଥିବେ। ହେଲେ କେବେ ଧଳା ରଙ୍ଗର କୁମ୍ଭୀର କଥା ଶୁଣିଛନ୍ତି। ଦୁନିଆରେ ପ୍ରଥମ ଥର ପାଇଁ ଧଳା କୁମ୍ଭୀର ଦେଖାଯାଇଛି। ଆମେରିକା ଫ୍ଲୋରିଡାର ଗ୍ୟାଟୋରଲାଣ୍ଡରେ ଦୁର୍ଲଭ ପ୍ରଜାତିର ଲ୍ୟୁସିଷ୍ଟିକ ଧଳା କୁମ୍ଭୀର ଦେଖାଯାଇଛି।

 

ଦିନିଆରେ ଥିବା କୁମ୍ଭୀରର ୮ଟି ପ୍ରଜାତି ମଧ୍ୟରୁ ଏହା ଅନ୍ୟତମ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି କୁମ୍ଭୀର ମଣିଷ ଲାଣନପାଳନରେ ବଡ ହୋଇଥିବା ପ୍ରଥମ କୁମ୍ଭୀର ଅଟେ। ଗ୍ୟାଟୋରଲାଣ୍ଡର ଅଧ୍ୟକ୍ଷ ଓ ସିଇଓ ମାର୍କ ମେକାହ୍ନୁ କହିଛନ୍ତି, ୩୬ବର୍ଷ ପୂର୍ବେ ଲ୍ୟୁଇସିଆନ ପୋଖରୀର ଦଳରେ ଲ୍ୟୁସିଷ୍ଟିକ କୁମ୍ଭୀରର ବସା ଦେଖିବାକୁ ମିଳିଥିଲା। ଏହାପରେ ଏହି କୁମ୍ଭୀରର ଜନ୍ମ ହୋଇଛି। ପିତାମାତା ଜେୟାନ ଓ ଆଶଲେଙ୍କ ଠାରୁ ଏହି କୁମ୍ଭୀରଟି ଜନ୍ମ ହୋଇଛି। ଛୁଆ କୁମ୍ଭୀରର ମାଆ ସାଧାଣ ପ୍ରଜାତିର ହୋଇଥିବାବେଳେ ବାପା ଲ୍ୟୁସିଷ୍ଟିକ ପ୍ରଜାତିର ଅଟନ୍ତି। ଲ୍ୟୁସିଷ୍ଟିକ କୁମ୍ଭୀର ଆମେରିକୀୟ କୁମ୍ଭୀର ଭିତରୁ ସବୁଠାରୁ ଦୁର୍ଲଭ ପ୍ରଜାତିର କୁମ୍ଭୀର ଅଟନ୍ତି।

Share