ମଞ୍ଚେଶ୍ୱର ଅଟାକଳର ସୁପର୍‌ ସ୍ରେଡର୍‌: ୨୬ଜଣଙ୍କୁ କଲେ ସଂକ୍ରମିତ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା। ଲକ୍‌ଡାଉନ ସତ୍ତ୍ୱେ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ଭଳି ମନେ ହେଉନାହିଁ। ଏହି କ୍ରମରେ ବୁଧବାର ୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୨ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୯ ଲୋକାଲ୍‌ କେସ୍‌ ରହିଛି। ବିଏମ୍‌ସି ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ମଞ୍ଚେଶ୍ୱର ଅଞ୍ଚଳ ସୁପର ସ୍ପ୍ରେଡରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଞ୍ଚଳରେ ଥିବା ଏକ ଅଟାକଳର ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୨୬ଜଣ ସଂକ୍ରମିତ ହୋଇଛନ୍ତି। ସମସ୍ତେ ଅଟାକଳର କର୍ମଚାରୀ ବୋଲି ଜଣାପଡ଼ିଛି। ସମସ୍ତଙ୍କର ବୟସ ଯଥାକ୍ରମେ ୫୦, ୨୫, ୪୫, ୩୮, ୩୧, ୩୦, ୫୫,୨୫, ୪୧, ୨୦, ୩୯, ୨୨, ୩୯, ୪୪, ୪୫, ୪୫, ୫୧, ୭୦, ୪୩, ୫୦, ୩୩, ୪୮, ୫୩, ୬୨, ୪୨ ବର୍ଷ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share