କୋଭିଡ୍‌ ନିୟମ ଉଲ୍ଲଂଘନ : ସୁପର ମାର୍କେଟ, ୨ କୋଚିଂ ସେଣ୍ଟର ସିଲ୍ ‌

କଟକ ଅଫିସ,୨୬।୩: କଟକ ସହରରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ସିଏମ୍‌ସି ପକ୍ଷରୁ ଏକ ଶପିଂ କମ୍ପ୍ଲେକ୍ସ ଓ ୨ଟି କୋଚିଂ ସେଣ୍ଟର ସିଲ୍‌ କରାଯାଇଛି। କଟକ ମହାନଗର ନିଗମ (ସିଏମ୍‌ସି) ଡେପୁଟି କମିଶନର ଅବିନାଶ ରାଉତଙ୍କ ନେତୃତ୍ୱରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ସହରର ବିଭିନ୍ନ ସ୍ଥାନ ବୁଲି ନିୟମ ଉଲ୍ଲଂଘନକାରଙ୍କଠାରୁ ୨୧,୫୦୦ ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ରାଣୀହାଟସ୍ଥିତ ହିନ୍ଦ୍‌ ସୁପର ମାର୍କେଟ, ଚଣ୍ଡୀ ଛକ ନିକଟ ଚାଣକ୍ୟ କୋଚିଂ ସେଣ୍ଟର ଏବଂ ଏକାଡେମିକ୍ସ କୋଚିଂ ସେଣ୍ଟରକୁ ୭ଦିନ ପାଇଁ ସିଲ କରିଦିଆଯାଇଛି। ସୂଚନାଯୋଗ୍ୟ, ଗତ କିଛିଦିନ ହେଲା ଡିସିପି ପ୍ରତୀକ୍‌ ସିଂ ଏକ ଟିମ୍‌ ଗଠନ କରି ବଜାରରେ ବୁଲି ଲୋକଙ୍କୁ କରୋନା ସମ୍ବନ୍ଧରେ ସଚେତନ କରାଇବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ପାଇଁ ବୁଝାଉଥିବା ଦେଖିବାକୁ ମିଳିଛି। ବୁଧବାର ଏସ୍‌ସିବି ଚକ୍ଷୁ ବିଭାଗରେ ୭୫ ଶଯ୍ୟା ବିଶିଷ୍ଟ କରୋନା ୱାର୍ଡ ମଧ୍ୟ ଖୋଲାଯାଇଛି।

Share