ବାଘ ଭୟରେ ଦୋକାନ ବଜାର ବନ୍ଦ

ହାଟଡିହୀ,୪l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ବାଘ ବୁଲୁଥିବା ଗୁଜବକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ଲକ ଅଧୀନ ବିଭିନ୍ନ ଛକ ବଜାରର ବ୍ୟବସାୟୀମାନେ ସୋମବାର ବାଘ ଭୟରେ ଦୋକାନ ବନ୍ଦ କରି ଘରକୁ ପଳାଇଥିଲେ। ଏଥିସହ ବିଭିନ୍ନ ଗ୍ରାମର ଲୋକେ ମଧ୍ୟ ଭୟରେ କବାଟ କିଳି ଘରେ ରହିଥିବା ଦେଖିବାକୁ ମିଳିଛି। ସାସମୟରୁ ବଜାର ଘାଟ ଶୂନଶାନ ହୋଇ ଯାଇଥିଲା l ତେବେ ବାଘ କେଉଁଠି ଅଛି କେହି ଠିକ୍‌ ଭାବେ କହି ପାରୁନାହଁ। ସମ୍ପର୍କରେ ହଦଗଡ଼ ରେଞ୍ଜର ମାର୍ଶାଲ କିସ୍କୁଙ୍କୁ ପଚାରିବାରୁ ବାଘ ବୁଲୁଥିବା ନେଇ ବନ ବିଭାଗ ପାଖରେ କିଛି ସୂଚନା ନାହିଁ। ଅଞ୍ଚଳରେ ବାଘର ପାଦ ଚିହ୍ନ ମଧ୍ୟ ମିଳିନାହିଁ। ତେଣୁ ଏହା ଗୁଜବ ହୋଇଥାଇ ପାରେ ବୋଲି ସେ କହିଛନ୍ତି।