ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ସୁପରଷ୍ଟାର ଅମିତାଭ ବଚ୍ଚନ, ଶେୟାର କଲେ ଭିଡିଓ

ଆଜି ଦେଶ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସମସ୍ତେ ନିଜର ବିଶେଷ ଶୈଳୀରେ ଏହି ବିଶେଷ ଦିନ ପାଳନ କରୁଛନ୍ତି। ଏହି ଅବସରରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଏକ ନିଆରା ପଦକ୍ଷେପ ନେଇଛନ୍ତି। ସେ ଭିନ୍ନକ୍ଷମ ପିଲାମାନଙ୍କ ସହ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି। ସେ ଏହାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯାହା ହୃଦୟସ୍ପର୍ଶୀ ଅଟେ।ଏହା ସହିତ ବିଗ ବି ସମସ୍ତ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସରେ ଅଭିନନ୍ଦନ ଜଣାଇଛନ୍ତି।
ଅମିତାଭ ଶେୟାର କରିଥିବା ଭିଡିଓରେ ଧଳା କୂର୍ତ୍ତା ପିନ୍ଧିଛନ୍ତି। ଏହାସହ ସେ ଠାରରେ ଜାତୀୟ ସଙ୍ଗୀତ ପରିବେଷଣ କରିଛନ୍ତି।

Share