Categories: ଖେଳ

ବିଶ୍ୱକପ୍‌ ୨୦୨୩ରେ ସ୍ବତନ୍ତ୍ର ଅତିଥି ହେବେ ରଜନୀକାନ୍ତ, ବିସିସିଆଇ ଦେଲା ‘ଗୋଲ୍ଡେନ୍‌ ଟିକେଟ’

ନୂଆଦିଲ୍ଲୀ,୧୯।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ମଙ୍ଗଳବାର ସୁପରଷ୍ଟାର ରଜନୀକାନ୍ତଙ୍କୁ ଗୋଲ୍ଡେନ୍‌ ଟିକେଟ ପ୍ରଦାନ କରାଯାଇଛି। ଏହାଫଳରେ ସେ ଆସନ୍ତା ମାସରେ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ୨୦୨୩ରେ ବିଶିଷ୍ଟ ଅତିଥି ହେବେ। ଏନେଇ ବିସିସିଆଇ ନିଜର ଏକ୍ସ ଆକାଉଣ୍ଟରୁ ଉଭୟଙ୍କ ଫଟୋ ଶେୟାର କରି ସୂଚନା ଦେଇଛି।

କହିରଖୁଛୁ, ଅକ୍ଟୋବର ୫ରେ ଅହମ୍ମଦାବାଦରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ଏହି ଦୁଇ ଟିମ୍‌ ୨୦୧୯ ବିଶ୍ୱକପ୍‌ ଫାଇନାଲ ମୁକାବିଲା ଖେଳିଥିବାରୁ ପ୍ରଥମ ମ୍ୟାଚ୍‌ଟି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

Share