ହସ୍ପିଟାଲରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ହାଇଦ୍ରାବାଦ,୨୭।୧୨-ରକ୍ତଚାପ ସ୍ଥିର ନ ରହିବାରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଗତ ଶୁକ୍ରବାର ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପ୍ରଥମେ କରୋନା ପରୀକ୍ଷା କରାଯିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ରଜନୀକାନ୍ତ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ତାଙ୍କର ରକ୍ତଚାପ ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ସେହିପରି ଘରେ ରହି ସମ୍ପୂର୍ଣ୍ଣ ଭାବେ ବିଶ୍ରାମ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Share