ବିଳମ୍ବିତ ରାତ୍ରିରେ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ,୧।୧୦: ହିନ୍ଦୀ ସିନେମା ଏବଂ ଦକ୍ଷିଣ ସିନେମାରେ ଜବରଦସ୍ତ ପରିଚୟ ତିଆରି କରିଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ। ସୋମବାର ବିଳମ୍ବିତ ରାତିରେ ୭୩ବର୍ଷୀୟ ରଜନୀକାନ୍ତଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ସେ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି ଏବଂ ଆଜି ଅର୍ଥାତ୍‌ ମଙ୍ଗଳବାର ଦିନ ତାଙ୍କୁ ଏକ ସ୍ବତନ୍ତ୍ର ପ୍ରୋସେସ ଦେଇ ଗତି କରିବାକୁ ପଡିପାରେ। ବର୍ତ୍ତମାନ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ଅଭିନେତାଙ୍କ ପତ୍ନୀ ତାଙ୍କ ହେଲ୍‌ଥ ଅପଡେଟ ଦେଇଛନ୍ତି।

ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଚେନ୍ନାଇ ପୋଲିସ କହିଛି ଯେ ପେଟରେ ଯନ୍ତ୍ରଣା ହେତୁ ତାଙ୍କୁ ଚେନ୍ନାଇର ଆପୋଲୋ ଗ୍ରିମସ ରୋଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥି ସହିତ ତାଙ୍କ ପତ୍ନୀ ମିଡିଆରେ ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟ ଅପଡେଟ ଦେଇଛନ୍ତି। ରଜନୀକାନ୍ତଙ୍କ ପତ୍ନୀ ଲତା କେବଳ କହିଛନ୍ତି ଯେ ବର୍ତ୍ତମାନ ସବୁ ଠିକ ଅଛି। ସୂଚନାଯୋଗ୍ୟ, ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ଗତ କିଛି ବର୍ଷ ମଧ୍ୟରେ ଅନେକ ଥର ଖରାପ ହୋଇଯାଇଛି। ଏହି ଅଭିନେତା ୨୦୧୬ରେ ଆମେରିକାରେ କିଡନୀ ପ୍ରତିରୋପଣ ମଧ୍ୟ କରିଥିଲେ। ନିକଟରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ରାଜନୀତିରୁ ମଧ୍ୟ ଅବସର ନେଇଥିଲେ। ବର୍ତ୍ତମାନ ସେ ଭଲ ଅଛନ୍ତି। ତେବେ ଏହି ଖବର ଆସିବା ପରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ଚିନ୍ତା ବଢିଛି ଏବଂ ସେମାନେ ସୁପରଷ୍ଟାରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତଗୋଡ଼ ବାନ୍ଧି ପୋଷ୍ଟମାଷ୍ଟରଙ୍କୁ ଘରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫ ଲକ୍ଷ ଟଙ୍କା

ସୋର,୧୩ା୪(ଜନ୍ମେଜୟ ମିଶ୍ର): ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗ୍ରାମର ପୋଷ୍ଟମାଷ୍ଟର ବଟକୃଷ୍ଣ ମଲିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ୫ ଲକ୍ଷ ଟଙ୍କା ଲୁଟ୍‌...

ପୁଣି ‘ଧୋକା’ ଦେଲା ଶ୍ରୀଲଙ୍କା, ଭାରତକୁ ଲାଗିବ ଅରବ ଟଙ୍କାର ଚୁନା, ଏହି ଦେଶ ସହ କଲା ସିକ୍ରେଟ ଡିଲ୍‌!

କଲମ୍ବୋ,୧୩।୪: ଆମର ଦକ୍ଷିଣ ପଡ଼ୋଶୀ ଶ୍ରୀଲଙ୍କା ଏକ ଛୋଟ ଦେଶ। କିନ୍ତୁ, ସମୁଦ୍ର ମଧ୍ୟଭାଗରେ ଅବସ୍ଥିତ ହୋଇଥିବାରୁ, ଏହାର ମୂଲ୍ୟ ସର୍ବଦା ଅଧିକ ରହିଥାଏ। ଏହା...

ୟୁକ୍ରେନ ଉପରେ ରୁଷିଆର ଭୟଙ୍କର ଆକ୍ରମଣ: ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ରେ ୨୧ ମୃତ, ବ୍ୟାପକ କ୍ଷୟକ୍ଷତି…

କ୍ୱିଭ,୧୩।୪: ରୁଷିଆ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଭୟଙ୍କର ହେବାକୁ ଯାଉଛି। ରୁଷ ୟୁକ୍ରେନର ସୁମିରେ ଏକ ଭୟଙ୍କର ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ସୁମିରେ...

‘କଂଗ୍ରେସ ଆମ୍ବେଦକରଙ୍କର କରୁଛି ଅପମାନ’, ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ, ଓ୍ବକଫ ନାଁରେ ହିଂସା କରୁଛନ୍ତି କେତେକ ଲୋକେ

ଲକ୍ଷ୍ନୌ,୧୩।୪: ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ସମ୍ମାନ ଅଭିଯାନ ଅଧୀନରେ ରବିବାର ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ...

Namaste Yojana: ନମସ୍ତେ ଯୋଜନାରେ ଏହି କର୍ମଚାରୀଙ୍କୁ ମିଳିବ ମାଗଣା ଚିକିତ୍ସା, ଆରମ୍ଭ ହେଲା ରେଜିଷ୍ଟ୍ରେଶନ

ଫରିଦାବାଦ,୧୩।୪: ସଫେଇ କର୍ମଚାରୀମାନଙ୍କୁ ସ୍ବେରେଜ ମ୍ୟାନହାଲ କିମ୍ବା ସେପ୍ଟିକ ଟ୍ୟାଙ୍କ ସଫା କରିବା ସମୟରେ ଦୁର୍ଘଟଣାଜନିତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ସେମାନେ ନମସ୍ତେ...

ଗୋଦାମରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୧୩ା୪(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁରର ବଡ଼ବଜାର ଥାନା ବାଛୁବାରୀ ସାହିରେ ରବିବାର ଭୋର୍‌ରୁ ଏକ ପନିପରିବା ଟ୍ରେ’ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଖବର...

‘ତୁମର ନୂଆ ଏସିପି…’ ପ୍ରଦ୍ୟୁମ୍ନଙ୍କ ପରେ CIDରେ ହୋଇଗଲା ନୂଆ ବସ୍‌ଙ୍କ ଏଣ୍ଟ୍ରି, ଦେଖନ୍ତୁ…

ମୁମ୍ବାଇ: ଲୋକପ୍ରିୟ ଟିଭି ରିଆଲିଟି ଶୋ’ ‘CID ୨’ରେ ଏକ ଟୁଇଷ୍ଟ ଆସିଛି, ଯେଉଁଥିଲାଗିଏହି ଶୋ’ ଆଜିକାଲି ବହୁତ ଚର୍ଚ୍ଚାରେ ଅଛି। ସଦ୍ୟତମ ଏପିସୋଡରେ ଏସିପି...

ପ୍ରେମିକାଙ୍କ ସହ ଚାଇନାରେ କ’ଣ କରୁଛନ୍ତି ଆମିର ଖାନ୍‌? Video ଭାଇରାଲ ପରେ…

ମୁମ୍ବାଇ: ବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ନିଜର ପ୍ରେମିକାଙ୍କୁ ନେଇ ବଡ଼ ଘୋଷଣା କରିଥିଲେ। ଗୌରୀ ନାମକ ଜଣେ ମହିଳାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image