Advertisement

ଅନ୍ଧବିଶ୍ୱାସ ନେଲା ୪୭ ଜୀବନ

ନରଓ୍ବେ,୨୪ା୪: କେନିଆରେ ଜଣେ ପାଦ୍ରୀଙ୍କ ନିର୍ଦ୍ଦେଶରେ ଭୋକରେ ରହି ସାମୁହିକ ଭାବେ ୪୭ ଜଣ ଆତ୍ମହତ୍ୟା କରିଛନ୍ତି। ଏକ ଜମିରୁ ପୋଲିସ ଏହି ସମସ୍ତ ମୃତଦେହ ଜବତ କରିଛି। କେନିଆର ଶାକାହୋଲା ଜଙ୍ଗଲରେ ପୋଲିସ ଅଧିକ ମୃତଦେହ ଖୋଜୁଛି।

ଖବର ଅନୁଯାୟୀ, ଏକ ଚର୍ଚ୍ଚର ଜଣେ ପାଦ୍ରୀ ଏହି ଲୋକମାନଙ୍କୁ କହିଥିଲେ ଯେ, ଯଦି ସେମାନେ ଭୋକରେ ରହି ନିଜକୁ ସମାଧି ଦିଅନ୍ତି, ତେବେ ସେମାନେ ସ୍ବର୍ଗକୁ ଯାଇ ଯୀଶୁଙ୍କୁ ଭେଟିବେ। ତେବେ ଗତ ତିନି ଦିନ ଧରି ଏହି ଲୋକଙ୍କ ମୃତଦେହକୁ ପୋଲିସ ବାହାରକୁ ନେଇ ଆସୁଛି ଏବଂ ମୃତ ଦେହ ସଂଖ୍ୟା ବଢ଼ିଚାଲିଛି। ଏହି ମୃତଦେହ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଏହି ଘଟଣାରେ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯାହା ଆଧାରରେ ମାଲିନ୍ଦୀରେ ପାଦ୍ରୀଙ୍କ ଜମିରେ ଚଢ଼ାଉ କରିଥିଲା। ଏହା ପରେ ପୋଲିସ ଗୋଟିଏ ପରେ ଗୋଟିଏ ମୃତଦେହ ପାଇଥିଲା। ପୋଲିସ ବର୍ତ୍ତମାନ ସମସ୍ତ ଶରୀରରୁ ଡିଏନ୍‌ଏ ନମୁନା ସଂଗ୍ରହ କରୁଛି। ଯାହାଦ୍ୱାରା ଏହା ପ୍ରମାଣିତ ହୋଇପାରିବ କି ଏହି ଲୋକମାନେ ଅନାହାରରେ ମୃତ୍ୟୁବରଣ କରିଛନ୍ତି କି ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share