ଭିଜିଲାନ୍ସ ଜାଲରେ ସୁପରଭାଇଜର

ପୁରୀ ଅଫିସ,୭ା୭: ପୁରୀ ଡିଆଇସି ଅଫିସରେ କାର୍ଯ୍ୟରତ ସୁପରଭାଇଜର ନାରାୟଣ ପଟ୍ଟନାୟକ ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଖଦି ଓ ଗ୍ରାମ ଉଦ୍ୟୋଗ ବିଭାଗର ସୁପରଭାଇଜର ଭାବେ କାର୍ଯ୍ୟରତ ନାରାୟଣ ରତ୍ନାକର ସାହୁଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବଳେ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଛନ୍ତି। ତାଙ୍କ ସପକ୍ଷରେ ଡିଜିଟାଲ ମୋଡ୍‌ରେ ୨,୪୫,୦୦୦ ଟଙ୍କା ସବ୍‌ସିଡି ରାଶି ରିଲିଜ କରିବାକୁ ଅଭିଯୋଗକାରୀଙ୍କ ଠାରୁ ୧୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ସମସ୍ତ ଟଙ୍କାକୁ ସିଜ୍‌ କରାଯାଇଥିବାବେଳେ ଭିଜିଲାନ୍ସ ବିଭାଗ କେସ ନଂ ୧୭/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Share