ସ୍ବଚ୍ଛ ପୌର ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସ୍ବଚ୍ଛ ପୌର ନିର୍ବାଚନ ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ବାଣିଜ୍ୟକର ଓ ଜିଏସ୍‌ଟିର ଯୁଗ୍ମ କମଶନର ଗୁଣନିଧି ପରିଡ଼ା ଓ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ସତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ବେହେରା ବୋଲି ଜଣାପଡ଼ିଛି। ଶନିବାର ଜିଲାପାଳ ଆଶିଷ ଠାକରେ ସେମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନେ ଜିଲାର କେନ୍ଦୁଝର ଗଡ, ଆନନ୍ଦପୁର, ବଡ଼ବିଲ, ଯୋଡ଼ା ପୌରପାଳିକା ଓ ଚମ୍ପୁଆ ଏନଏସି ନିର୍ବାଚନରେ ପ୍ରାର୍ଥୀମାନଙ୍କ ନିର୍ବାଚନ ଆଚରଣ ବିଧି ଅନୁପାଳନ ତଦାରଖ କରିବେ।

Share