ହିତାଧିକାରୀଙ୍କ ଇ-କଓ୍ବୋଇସି କରିବାକୁ ସୁରଟ ଯାଇଥିଲେ ଯୋଗାଣ ସହାୟକ: ପଡ଼ିଲା ଭାରି ମହଙ୍ଗା, ଆଇଲା ବେଳକୁ ନାହିଁ

ବୁଗୁଡ଼ା,୨୩।୧୦(କାଳିଚରଣ ଦାଶ): କୌଣସି ଅନୁମତି ନ ନେଇ ହିତାଧିକାରୀମାନଙ୍କ ଇ-କେୱାଇସି କରିବା ପାଇଁ ମେଶିନ ଧରି ସୁରଟ ଯାଇଥିବା ବୁଗୁଡ଼ା ବ୍ଲକ ଭାମଶ୍ୟାଳି ପଞ୍ଚାୟତର ଯୋଗାଣ ସହାୟକ ମିଥୁନ ବିଶ୍ୱାଳଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହେଉଥିବା ଅନିୟମିତତା ରୋକିବା ପାଇଁ ସରକାର ହିତାଧିକାରୀମାନଙ୍କ ପାଇଁ ଇ-କେୱାଇସି କରିବା ବାଧ୍ୟତାମୂଳକ କରିଥିଲେ। ଫଳରେ ରାଶନ କାର୍ଡଧାରୀ ହିତାଧିକାରୀମାନେ ଇପୋସ୍‌ ମେଶିିନ ମାଧ୍ୟମରେ ନିଜର ଟିପ ଚିହ୍ନ ଦେଇ ଆଗକୁ ରାଶନ କାର୍ଡ ଜରିଆରେ ମାଗଣା ରାଶନ ପାଇପାରିବେ ବୋଲି ନିୟମ ହେଲା। ତେବେ ଭାମଶ୍ୟାଳି ପଞ୍ଚାୟତର ଯୋଗାଣ ସହାୟକ ମିଥୁନ ନିଜ ପଞ୍ଚାୟତରେ ଅଧିକାଂଶ ହିତାଧିକାରୀଙ୍କ ଇ-କେୱାଇସି କରି ବଳକା ହିତାଧିକାରୀ ଯେଉଁମାନେ ସୁରଟରେ ରହୁଛନ୍ତି ସେମାନଙ୍କ ଟିପଚିହ୍ନ ନେବାକୁ ଇପୋସ୍‌ ମେଶିନ ଧରି ଗତ ମାସରେ ସୁରଟ ଯାଇଥିଲେ। ସେଠାରେ ରହୁଥିବା ଭାମଶ୍ୟାଳି ପଞ୍ଚାୟତର ହିତାଧିକାରୀଙ୍କ ପିଛା ୨ଶହରୁ ୩ ଶହ ଟଙ୍କା ନେଇ ସେମାନଙ୍କ ଇକେୱାଇସି କରିଥିଲେ। ଏ ନେଇ ଭିଡିଓ ଫୁଟେଜ ସହ ଅଭିଯୋଗ ହେବା ପରେ ବିଡିଓ ଏହାର ତଦନ୍ତ କରି ଭଞ୍ଜନଗର ଉପ ଜିଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଏହାକୁ ଭିତ୍ତି କରି ଉପଜିଲାପାଳ ସମ୍ପୃକ୍ତ ଯୋଗାଣ ସହାୟକଙ୍କୁ ବହିଷ୍କାର କରିବା ପାଇଁ ଭାମଶ୍ୟାଳି ସରପଞ୍ଚଙ୍କୁ ଚିଠି କରିଥିଲେ। ତେବେ ସରପଞ୍ଚ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଉପଜିଲାପାଳ କାର୍ଯ୍ୟାଳୟ ପତ୍ରସଂଖ୍ୟା ୭୭୮୬, ତା ୧୮ା୧୦ା୨୪ରେ ସମ୍ପୃକ୍ତ ଯୋଗାଣ ସହାୟକ ମିଥୁନଙ୍କୁ ବହିଷ୍କୃତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବୁଗୁଡ଼ା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ବିଡିଓ ଦାୟିତ୍ୱରେ ଥିବା ତହସିଲଦାର ତାପସ ରାଉତ ଯୋଗାଣ ସହାୟକ ମିଥୁନଙ୍କୁ ବହିଷ୍କୃତ କରିଛନ୍ତି। ଉପଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ବହିଷ୍କୃତ କରାଯାଇଥିବା ତହସିଲଦାର ରାଉତ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ନୁହେଁ ଅତି ଭୀଷଣ ହେବ ବାତ୍ୟା! ଶ୍ରୀମନ୍ଦିର ଉପର ଦୃଶ୍ୟ ଦେଖି ଲୋକ ଛାନିଆ…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର...

ଆଜି ସନ୍ଧ୍ୟାରୁ ବଦଳିବ ପାଗ: ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୩।୧୦: ବାତ୍ୟା ଦାନାର ପ୍ରଭାବରେ ଆଜି ସନ୍ଧା୍ୟା ପରଠୁ ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ବର୍ଷିବ। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।...

ପୂର୍ବ ଶତ୍ରୁତାରୁ ଆକ୍ରମଣ, ୨ ଗୁରୁତର

ଭଦ୍ରକ, ୨୩।୧୦(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡା ଥାନା ଅନ୍ତର୍ଗତ ବଡ ମହିଷଗୋଠ ଗ୍ରାମରେ ପୂର୍ବ ଶତ୍ରୁତାରୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗ୍ରାମର...

ଏହି ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ ‘ଦାନା’! ୩ ବନ୍ଦରକୁ ୪ନଂ ବିପଦ ସଙ୍କେତ

ଭୁବନେଶ୍ୱର,୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ...

ଖଣିରୁ ବେଆଇନ ପଥର ଚୋରାଚାଲାଣ

କେନ୍ଦୁଝର,୨୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଷିପୁରା ତହସିଲ ଅନ୍ତର୍ଗତ ନୂଆବରିପାଳ, ଓସ୍ତପୁରା ଓ ଭୋଳନୂଆଗାଁ ପଥର ଖଣିରେ ବେଆଇନଭାବେ ପଥର ଚୋରାଚାଲାଣ ହେଉଛି। ନୀତିନିୟମ,...

କଳାବଜାରୀ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚଢ଼ାଉ

ଭଦ୍ରକ, ୨୩।୧୦(ସନାତନ ରାଉତ)- ସମ୍ଭାବ୍ୟ ବାତ୍ୟା ପାଇଁ ଆଳୁ, ପିଆଜ, ପରିବା ଦରରେ କଳାବଜାରୀ ଓ ଚଢ଼ା ଦରରେ ବିକ୍ରି ରୋକିବା ପାଇଁ ପ୍ରଶାସନ ପକ୍ଷରୁ...

ବାତ୍ୟାର ପ୍ରକୋପ ଏହି ଜିଲାରେ ପଡ଼ିବ ବେଶୀ : ୭ ଜିଲାରେ ଭୟଙ୍କର ସ୍ଥିତି, ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୩।୧୦: ସୃଷ୍ଟି ହେଲା ବାତ୍ୟା। । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗଭୀର ଅବପାତ ବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି।...

ଜୀବନଜୀବିକା ହେବ ସହଜ, ଶହ ଶହ ହେକ୍ଟର ଜମିକୁ ସେଚନ ବ୍ୟବସ୍ଥା

ଦାରିଙ୍ଗବାଡି,୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମାତ୍ର ୧୦ ପ୍ରତିଶତ ଜଳ ସେଚିତ ଜମି ରହିଛି। ଭୌଗୋଳିକ ସ୍ଥିତି ଦେଖିଲେ ପାହାଡିଆ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri