ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଯୋଗାଅ

ନୂଆଦିଲ୍ଲୀ, ୨୩।୫(ପି.ଟି.): ବିଭିନ୍ନ ରାଜ୍ୟରେ କରୋନାରୁ ଆରୋଗ୍ୟ ହୋଇଥିବା ଅନେକଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ଏହି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ନ ମିଳିବା ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ତେଣୁ ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ଔଷଧ ଯୋଗାଣ ସୁନିଶ୍ଚିତ କରିବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ରୋଗୀମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ବ୍ଲାକ୍‌ ଫଙ୍ଗସ୍‌କୁ ଆୟୁଷ୍ମାନ ଭାରତ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯାଇ ନ ଥିବାରୁ ଏବାବଦରେ ତୁରନ୍ତ ପଦକ୍ଷେପ ନେବା ଲାଗି କଂଗ୍ରେସ ଅଧ୍ୟକ୍ଷା ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ବ୍ଲାକ୍‌ ଫଙ୍ଗସ୍‌ ବା ମ୍ୟୁକୋରମାଇକୋସିସ୍‌କୁ ମହାମାରୀ ଘୋଷଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ତେଣୁ ଏହି ରୋଗର ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ଉତ୍ପାଦନ ଓ ଯୋଗାଣ ହେବା ଆବଶ୍ୟକ ବୋଲି ସୋନିଆ କହିଛନ୍ତି। ବ୍ଲାକ୍‌ ଫଙ୍ଗସ୍‌ ପାଇଁ ଲିପୋସୋମାଲ ଆମ୍ଫୋଟେରିସିନ-ବି ଅତି ଜରୁରୀ ହୋଇଥିବାବେଳେ ବଜାରରେ ଏହାର ଅଭାବ ଦେଖାଦେଇଛି।

ଅନ୍ତଃନଳୀରେ ବ୍ଲାକ୍‌ ଫଙ୍ଗସ୍‌

ବ୍ଲାକ୍‌ ଫଙ୍ଗସ୍‌ ଅନ୍ତଃନଳୀକୁ ବି ସଂକ୍ରମଣ କରୁଛି। ଏଭଳି ବିରଳ ଘଟଣା ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ୨ ଜଣ ରୋଗୀଙ୍କଠାରେ ଦେଖାଯାଇଛି। ଉଭୟଙ୍କର ଡାଇବେଟିସ୍‌ ରହିଛି। କୋଭିଡ୍‌ ଚିକିତ୍ସା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଷ୍ଟିରଏଡ୍‌ ନେଇଥିଲେ ବୋଲି ଡାକ୍ତର କହିଛନ୍ତି। ତଳିପେଟରେ ଯନ୍ତ୍ରଣା ହେବାରୁ ଗଙ୍ଗାରାମ ହସ୍ପିଟାଲକୁ ନିଆଯାଇଥିଲା। ସିଟି ସ୍କାନ୍‌ରୁ ଉଭୟଙ୍କ ଅନ୍ତଃନଳୀରେ ବ୍ଲାକ୍‌ ଫଙ୍ଗସ୍‌ ବା ମ୍ୟୁକୋର୍‌ମାଇକୋସିସ୍‌ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଏହି ରୋଗ ସାଧାରଣତଃ ରୋଗୀର ନାକ, ଆଖି, ମୁହଁ ଓ ଫୁସ୍‌ଫୁସ୍‌ ଆଦିକୁ ସଂକ୍ରମଣ କରୁଥିବାବେଳେ ଅନ୍ତଃନଳୀରେ ସଂକ୍ରମଣ ହେବା ପ୍ରଥମ ଘଟଣା। ବର୍ତ୍ତମାନ ସୁଦ୍ଧା ବ୍ଲାକ୍‌ ଫଙ୍ଗସ୍‌ରେ ୨୧୯ ଜଣଙ୍କ ମୃତ୍ୟୁ ହେଲାଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ ନିର୍ମାଣ କରିବେ କେନ୍ଦ୍ର ସରକାର; ଝିଅ PM ମୋଦିଙ୍କୁ କହିଲେ ଥ୍ୟାଙ୍କ ୟୁ…

ନୂଆଦିଲ୍ଲୀ,୭।୧: ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କ ପରଲୋକ ପରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ କରିବା ଲାଗି କଂଗ୍ରେସ ଦାବି କରିଆସୁଛି। ଏହାକୁ...

ପୁଣି ଆରଜି କର ମେଡିକାଲ ଭଳି ଘଟଣା! ଜୁନିୟର ଡାକ୍ତରଙ୍କୁ ହସ୍ପିଟାଲରେ ବଳାତ୍କାର

ଗଓ୍ବାଲିଅର,୭।୧: ମଧ୍ୟପ୍ରଦେଶ ଗୱାଲିଅରରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। କୋଲକାତା ଆରଜି ମେଡିକାଲ ଘଟଣା ପରେ ଗଓ୍ବାଲିଅରର ଏହି ଘଟଣା ସମସ୍ତଙ୍କର ଛାତି ଥରେଇ...

ମାଗଣା ଯୋଜନା ପାଇଁ ଟଙ୍କା ଅଛି ହେଲେ ବିଚାରପତିଙ୍କ ଦରମା ପାଇଁ… ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ

ନୂଆଦିଲ୍ଲୀ,୭।୧: କେନ୍ଦ୍ର ସରକାରଙ୍କୁ କଡା ଛାଟ ଦେଇଛନ୍ତି ସୁପ୍ରିମକୋର୍ଟ। ଜିଲା କୋର୍ଟ ବିଚାରପତିଙ୍କ ଦରମା ଏବଂ ପେନଶନକୁ ନେଇ ସରକାରଙ୍କ ମନୋଭାବ ସୁପ୍ରିମକୋର୍ଟଙ୍କୁ ନିରାଶ କରଛି।...

‘ଦିଲ୍ଲୀରେ ମୋଦିଙ୍କର ୨୭୦୦ କୋଟିର ରାଜମହଲ; ଦିନରେ ୩ ଥର ପୋଷାକ ବଦଳାଉଛନ୍ତି, ୧୦ ଲକ୍ଷ ଟଙ୍କିଆ କଲମରେ ଲେଖୁଛନ୍ତି’

ନୂଆଦିଲ୍ଲୀ,୭।୧: ଦିଲ୍ଲୀରେ ନିର୍ବାଚନ ତାରିଖ ଘୋଷଣା ହେବାର ପରେ ପରେ ଆମ୍‌ ଆଦ୍‌ମୀ ପାର୍ଟୀର ବଡ଼ ନେତାମାନେ ଖବରଦାତା ସମ୍ମିଳନୀ କରି କେନ୍ଦ୍ର ସରକାର ଏବଂ...

୧୮୦ ସ୍ପିଡ୍‌ରେ ପିଟିହେଲା ଅଭିନେତା ଅଜିତଙ୍କ କାର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧: ଦୁର୍ଘଟଣାର ଶିକାର ହୋଇଛନ୍ତି ତାମିଲ ଅଭିନେତା ଅଜିତ କୁମାର। ଦୁବାଇର ୨୪ ହାୱାର ରେସ୍ ୨୦୨୫ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଏହି ଦୁର୍ଘଟଣା...

ଦେଶରେ HMPV ଦେଖାଇଲା ଭୟଙ୍କର ରୂପ, ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ,୭।୧: କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ ‘ହ୍ୟୁମାନ ମେଟାପ୍ନୁମୋ’ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ ମହାମାରୀର ପ୍ରାୟ ୫...

ନେପାଳ ପରେ ଭାରତରେ ବଡ଼ ଧରଣର ଭୂକମ୍ପ ଝଟ୍‌କା! ଲୋକେ ଛାନିଆ…

ନୂଆଦିଲ୍ଲୀ,୭।୧: ମଙ୍ଗଳବାର ସକାଳୁ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ୟୁପି, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭୂକମ୍ପରେ ଲୋକମାନେ କମ୍ପନ ଅନୁଭବ କରିଛନ୍ତି।...

ମହାମାରୀ ରୂପ ନେବ HMPV ଭାଇରସ! ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୭।୧: HMPV ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ସମୟରେ, ଭାରତରେ ମଧ୍ୟ ୬ଟିି ମାମଲା ଚିହ୍ନଟ ହେବା ପରେ ଲୋକେ ଭୟଭୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri