Categories: ଦେବଗଡ଼

ବିଭିନ୍ନ ଓ୍ବାର୍ଡକୁ ପାନୀୟ ଜଳ ଯୋଗାଣ

ଦେବଗଡ଼,୩୧ା୩(ଡି.ଏନ୍‌.ଏ.): ବାରକୋଟ ବ୍ଲକ କଲା ପଞ୍ଚାୟତର ବିଭିନ୍ନ ଓ୍ବାର୍ଡକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଶୁକ୍ରବାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି। ଓ୍ବାର୍ଡ ନମ୍ବର ୧, ୨,୩ ଏବଂ ୫ର ବାସିନ୍ଦାଙ୍କ ପାଇଁ ଏହି ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ କଲା ପଞ୍ଚାୟତର ସରପଞ୍ଚ ତଥା ଦେବଗଡ଼ ଜିଲା ସରପଞ୍ଚ ସଂଘର ସଭାପତି ସତ୍ୟ ନାରାୟଣ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ।