ବ୍ଲକସମ୍ମୁଖ ରାସ୍ତାରେ ଭାସୁଛି ସପ୍ଲାଏ ପାଣି

କୁତ୍ରା,୧3ା୭(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅହରହ ପାଣି ବହି ଚାଲିଛି। ବ୍ଲକ ସମ୍ମୁଖ ଶକ୍ତି କାଫେ ନିକଟରେ ଜଳ ଯୋଗାଣ ପାଇପ ଫାଟି ଆରଡି ରାସ୍ତା ଉପରେ ଜମି ରହୁଛି। ଫଳରେ ପ୍ରଚୁର ମାତ୍ରାରେ ଜଳ ନଷ୍ଟ ହେଉଛି। ଖୋଦ ବ୍ଲକ କାର୍ଯ୍ୟାଳୟ ଆଗରେ ପାଣି ଭାସି ଚାଲିଥିଲେ ହେଁ ବିଭାଗ ସବୁଦେଖି ନ ଦେଖିଲାଭଳି ରହିଛି। ଏଥିରୁ ଗ୍ରାମ୍ୟ ଜଳଯୋଗାଣ ବିଭାଗ କୁତ୍ରା ବ୍ଲକରେ କିଭଳି କାମକରୁଛି ସହଜରେ ଅନୁମେୟ ହେଉଛି। ବିଡିଓ ଏ ଦିଗରେ ଦୃଷ୍ଟିଦେଇ ତୁରନ୍ତ ଏହାର ମରାମତି କରି ଜଳ ଅପବ୍ୟବହାର ରୋକିବା ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀ ବୈଦୁର୍ଯ୍ୟ ବନ୍ଧୁକିଙ୍କୁ ପଚାରିବାରୁ, ଏବିଷୟରେ ମୁଁ ଅବଗତ ନାହିଁ। ଆପଣଙ୍କଠାରୁ ଏବେ ଜାଣୁଛି। ଏହାର ମରାମତି ଯଥାଶୀଘ୍ର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ପାଇପ ଫାଟି ଅନବରତ ପାଣି ବହି ଚାଲିଛି କିନ୍ତୁ ଅଧିକାରୀଙ୍କ ପାଖରେ ଖବର ନାହିଁ।

Share