ବଲାଙ୍ଗୀର,୧୦।୧୩ : ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ସାରେ କୋସଲ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ ଜଣାଇ କୋସଲ ମିଳିତ କ୍ରିୟାନୁଷ୍ଠାନ କମିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିଧାୟକ ମିଶ୍ର କୋଶଳ ସମ୍ପର୍କରେ ଯାହା ମନ୍ତବ୍ୟ ଦେଇଛନ୍ତି ଠିକ ବୋଲି କମିଟି ପକ୍ଷରୁ କୁହାଯାଇଛି । ବନ୍ଦେ ଉତ୍କଳ ଜନନୀକୁ ପଶ୍ଚିମ ଓଡ଼ିଶା ଉପରେ ଲଦି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।