Categories: ବାଣିଜ୍ୟ

ମେକ୍‌ ଇନ୍‌ ଓଡ଼ିଶାକୁ ଓଡ଼ିଶା ଡିସ୍‌କମ୍‌ର ସମର୍ଥନ

ଭୁବନେଶ୍ୱର,୨୩।୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ରାଜ୍ୟର ଶିଳ୍ପ ବିକାଶକୁ ସମର୍ଥନ ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଟିପି ଓଡ଼ିଶା ଡିସ୍‌କମ୍‌ ଯଥା ଟିପି ସେଣ୍ଟ୍ରାଲ, ଟିପି ସଦର୍ନ, ଟିପି ନର୍ଦନ ଏବଂ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ ଭଳି ଡିସ୍‌କମ୍‌ଗୁଡ଼ିକ ଭରସାଯୋଗ୍ୟ ଓ ସୁଲଭ ବିଦ୍ୟୁତ୍‌ ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ମେକ୍‌ ଇନ୍‌ ଓଡ଼ିଶା ଲକ୍ଷ୍ୟକୁ ସମର୍ଥନ ଦେଉଛି।

ବିଶେଷକରି ସେବା ଅଧିଗ୍ରହଣ କରିବା ପରଠାରୁ କମ୍ପାନୀ ଗତ ୩ ବର୍ଷ ଭିତରେ ଉକ୍ତ ଡିସ୍‌କମ୍‌ଗୁଡ଼ିକ ରାଜ୍ୟର ୫୯୪୩ ଶିଳ୍ପସଂସ୍ଥାକୁ ସଂଯୋଗ ପ୍ରଦାନ କରି ଇସ୍ପାତ, ଆଇଟି, ଆଲୁମିନିୟମ, ସିମେଣ୍ଟ ଓ ଖଣି ସମେତ ଖାଦ୍ୟ, ମତ୍ସ୍ୟ ଚାଷ ଏବଂ ଅଟୋମୋବାଇଲ୍‌ ଭଳି ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ବିଦ୍ୟୁତ୍‌ ଶକ୍ତି ଯୋଗାଇଛନ୍ତି। ଏହା ଶିଳ୍ପସଂସ୍ଥା ସ୍ଥାପନ କରିବା କାର୍ଯ୍ୟକୁ ସହଜ କରିଥିବା ବେଳେ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିରେ ମଧ୍ୟ ସହାୟକ ହୋଇଛି। ବିଦ୍ୟୁତ୍‌ ସଂଯୋଗ ପାଇବାକୁ ସହଜ କରିବା ଲାଗି ଡିସ୍‌କମ୍‌ଗୁଡ଼ିକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହା ରାଜ୍ୟରେ ‘ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌’କୁ ସକ୍ଷମ କରିଛି।

ବର୍ତ୍ତମାନ ଏକ ନୂଆ ବିଦ୍ୟୁତ୍‌ ସଂଯୋଗ ହାସଲ କରିବାରେ ମାତ୍ର ୪ଟି ସୋପାନ ରହିଛି। ତାହା ହେଉଛି ପଞ୍ଜୀକରଣ, କାଗଜପତ୍ର ଦାଖଲ, ପେମେଣ୍ଟ ଓ ଭେରିଫିକେଶନ ଏବଂ ମିଟର ସ୍ଥାପନ। ସେହିପରି ଡିସ୍‌କମ୍‌ଗୁଡ଼ିକର ପ୍ରଭାବଶାଳୀ ପରିଚାଳନା ପାଇଁ ଓଡ଼ିଶାରେ ଏଟି ଆଣ୍ଡ ସି କ୍ଷତି ହ୍ରାସ ପାଇଛି।

Share