ଢେଙ୍କାନାଳ ଅଫିସ, ୨୫।୧୨-କୋଭିଡ୍ ସମୟରେ ଜୀବନଜୀବିକା ପ୍ରଭାବିତ ହୋଇଥିବା ସହରାଞ୍ଚଳର ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କୁ ରାଜ୍ୟ ସରକାର ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଢେଙ୍କାନାଳ ଜିଲାର ୫୩୧ ବ୍ୟବସାୟୀ ଏଥିରେ ଉପକୃତ ହେବେ। ଜିଲା କାର୍ଯ୍ୟାଳୟ ଓସ୍ଓ୍ବାନ୍ ହଲରେ ବିଧାୟକ ସୁଧୀର ସାମଲ, ଜିଲାପାଳ ସରୋଜ ସେଠୀ, ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ଏବଂ ଜିଲାପାଳ ବୈଠକରେ ଉପସ୍ଥିତ ପଥପାର୍ଶ୍ୱ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଥିଲେ। କୌଣସି ସମସ୍ୟାର ସମ୍ମୁଖୀନ ହେଲେ ପ୍ରଶାସନ ପକ୍ଷରୁ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।