ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ: ୩୦ ଖେଳାଳି ଫେରାଇବେ ପଦକ

ନୂଆଦିଲ୍ଲୀ,୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନକୁ ଏବେ ପଦ୍ମଶ୍ରୀ ଏବଂ ଅର୍ଜୁନ ସମ୍ମାନରେ ସମ୍ମାନୀତ ହୋଇଥିବା ଖେଳାଳିମାନେ ସମର୍ଥନ କରିଛନ୍ତି। ଖେଳାଳିମାନେ ସେମାନଙ୍କର ପଦକ ସରକାରଙ୍କୁ ଫେରାଇବା ପାଇଁ ଚେତାବନୀ ଦେଇଛନ୍ତି। ଅନ୍ନଦାତାଙ୍କ ଉପରେ ବଳ ପ୍ରୟୋଗ କରାଯାଉଥିବା ଘଟଣାକୁ ସେମାନେ ବିରୋଧ କରିଛନ୍ତି। ଏହା ଠିକ ନୁହେଁ ବୋଲି ଖେଳାଳିମାନେ କହିଛନ୍ତି। ଡିସେମ୍ବର ୫ରେ ଖେଳାଳିମାନେ ଦିଲ୍ଲୀ ଯିବେ ବୋଲି ଘୋଷଣା କରିଛନ୍ତି। ସେମାନେ ପାଇଥିବା ବିଜୟୀ ପଦକକୁ ରାଷ୍ଟ୍ରପତି ଭବନ ବାହାରେ ଛାଡ଼ି ଆସିବେ ବୋଲି କହିଛନ୍ତି।

Share