ଇମ୍ରାନଙ୍କୁ ଗିରଫ କରିବାକୁ ଆସିଥିବା ପୋଲିସ ସହ ସମର୍ଥକ ମୁହାଁମୁହିଁ

ଇସ୍‌ଲାମାବାଦ୍‌,୧୪।୩: ପାକିସ୍ତାନ ରାଜୀନତିରେ ବତ୍ତର୍ମାନ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଇମ୍ରାନଙ୍କୁ ଗିରଫ କରିବା ପାଇଁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି। କିନ୍ତୁ ତାଙ୍କ ସମର୍ଥକମାନେ ଏକ ବିରାଟ ଜନସମାଗମ କରି ହଙ୍ଗାମା କରିଛନ୍ତି। ପୋଲିସ ସମ୍ମୁଖରେ ସମସ୍ତେ ଠେଙ୍ଗାବାଡ଼ି ଧରି ଠିଆ ହୋଇଯାଇଛନ୍ତି। ଫଳରେ ତାଙ୍କୁ ଗିରଫ କରିବା ପାଇଁ ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସୂଚନାଯୋଗ୍ୟ, ଜଣେ ମହିଳା ବିଚାରପତିଙ୍କୁ ଧମକାଇବା ଏବଂ ତୋଶଖାନା ମାମଲାରେ କୋର୍ଟରେ ହାଜର ନ ହେବାକୁ ନେଇ ଇମ୍ରାନଙ୍କ ବିରୋଧରେ ୨ଟି ଜାମିନ ବିହୀନ ଗିରଫ ଓ୍ବାରେଣ୍ଟ ଜାରି କରାଯାଇଥିଲା। ତେବେ ମଙ୍ଗଳବାର ଏହି ମାମଲାରେ ଇସ୍‌ଲାମାବାଦ କୋର୍ଟ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଇମ୍ରାନଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ଓ୍ବାରେଣ୍ଟକୁ ସ୍ଥଗିତ ରଖିଛନ୍ତି। ଅନ୍ୟପଟେ ହେଲିକପ୍ଟର ଜରିଆରେ ଇସ୍‌ଲାମାବାଦ ପୋଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ସୋମବାର ପହଞ୍ଚିଥିଲା। କିନ୍ତୁ ଇମ୍ରାନ ବହୁ ଚାଲାକି ସହ ନିଜ ଘରୁ ବାହାରି ଏକ ରାଲିକୁ ସମ୍ବୋଧିତ କରିବାକୁ ପଳାଇଥିଲେ। ମଙ୍ଗଳବାର ମଧ୍ୟ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଇମ୍ରାନଙ୍କ ବାସଭବନରେ ପହଞ୍ଚିଥିବା ବେଳେ ତାଙ୍କ ସମର୍ଥକମାନେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଠେଙ୍ଗାବାଡ଼ି ଧରି ନିଜ ନେତାଙ୍କ ସୁରକ୍ଷାରେ ପୋଲିସ ସମ୍ମୁଖରେ ଠିଆ ହୋଇ ପୋଲିସକୁ ଅଟକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ HMPV ଦେଖାଇଲା ଭୟଙ୍କର ରୂପ, ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ,୭।୧: କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ ‘ହ୍ୟୁମାନ ମେଟାପ୍ନୁମୋ’ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ ମହାମାରୀର ପ୍ରାୟ ୫...

ଛଟପଟ ହେଉଛି ପାକିସ୍ତାନ, ହେଲେ ଏହି ମୁସଲିମ ଦେଶକୁ ମିଳିଲା BRICSରେ ଏଣ୍ଟ୍ରି

ଇସଲାମାବାଦ,୭।୧: ୨୦୦୯ରେ ଆରମ୍ଭ ହୋଇଥିବା ବ୍ରିକ୍ସ ସଦସ୍ୟ ଦେଶଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱର ବୃହତ୍ତମ ମୁସଲମାନ ଦେଶ ଇଣ୍ଡୋନେସିଆ ଏଥିରେ...

ନେପାଳରେ ଭୟଙ୍କର ଭୂକମ୍ପ: କୋଠା ଭୁଶୁଡ଼ି ୫୩ ମୃତ, ୩୫ ଆହତ

କାଠମାଣ୍ଡୁ,୭।୧: ଭୂକମ୍ପରେ ଥରିଲା ନେପାଳ, ତିବ୍ଦତ ସମେତ ଉତ୍ତର ଭାରତ। ତିବ୍ଦତର ଶିଗାଟସେ ସହରରେ ଘଟିଥିବା ଭୟଙ୍କର ଭୂକମ୍ପରେ ବଡ଼ ବଡ଼ କୋଠା ଭୁଶୁଡି ପଡିଛି।...

ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କୁ ଲାଗିଲା ଶକ୍ତ ଝଟ୍‌କା

ଓ୍ବାଶିଂଟନ,୭।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ ସମାରୋହ ପୂର୍ବରୁ ନ୍ୟୁୟର୍କ କୋର୍ଟରୁ ଏକ ବଡ଼ ଝଟ୍‌କା ପାଇଛନ୍ତି। ଜଜ ଟଙ୍କା...

ଅନିତା ଆନନ୍ଦ କିଏ, ଯିଏ ହେବେ କାନାଡାର ପରବର୍ତ୍ତି ପ୍ରଧାନମନ୍ତ୍ରୀ, ଭାରତ ସହ ରହିଛି ସମ୍ପର୍କ

ଓଟାଓ୍ବା,୭।୧: ପ୍ରାୟ ଏକ ଦଶନ୍ଧି ଧରି ଶାସନ ପରେ ସୋମବାର (ଜାନୁଆରୀ ୬) ରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଇସ୍ତଫା ଦେଇଛନ୍ତି। ଏହି କାରଣରୁ...

ଇସ୍ତଫା ପରେ ପ୍ରଥମଥର ମୁହଁ ଖୋଲିଲେ ଟ୍ରୁଡୋ: ଖୋଲି କହିଲେ ମନର କଥା

ଓଟ୍ଟାଓ୍ବା,୬।୧ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୋମବାର ଲିବେରାଲ ପାର୍ଟି ନେତା ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ୯ ବର୍ଷର...

ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ, ଭାରତ ବିରୋଧରେ ଅଭିଯୋଗ ହେଲା କାଳ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ। ନିଜ ସରକାର ଏବଂ ବ୍ୟକ୍ତିଗତ ସମାଲୋଚନା ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶକୁ...

ଭାରତ ବିରୋଧରେ ଅଭିଯୋଗ ହେଲା କାଳ, ବିଦାୟ ବାଟରେ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏକଦା ଲିବେରଲା ପାର୍ଟିର ଭବିଷ୍ୟତ ଉଜ୍ଜଳ କରିବେ ବୋଲି ଆଶା କରାଯାଉଥିଲା ବେଳେ ନିଜ ଦଳ ମଧ୍ୟରେ ବିବାଦୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri