Categories: ଜାତୀୟ

ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ: ମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବାକୁ ହାତଯୋଡ଼ି ମନାକଲେ କୃଷି ବୈଜ୍ଞାନିକ

ଲୁଧିଆନା,୯।୧୨: ଅନ୍ନଦାତାଙ୍କ ଆନ୍ଦୋଳନକୁ ଦେଶ ତଥା ବିଦେଶରୁ ସମର୍ଥନ ମିଳିବାରେ ଲାଗିଛି। କେତେକ ସେମାନଙ୍କୁ ପ୍ରଦାନ କରାଯାଇଥିବା ପୁରସ୍କାର, ସମ୍ମାନ ଏବଂ ପଦକ ଫେରାଇବା ଘଟଣା ମଧ୍ୟ ଘଟିବାରେ ଲାଗିଛି। ଏପରିସ୍ଥଳେ ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ମୃତ୍ତିକା ବୈଜ୍ଞାନିକ ବୀରେନ୍ଦ୍ର ପାଲ ସିଂ କେନ୍ଦ୍ରୀୟ ସାର ଏବଂ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡ଼ାଙ୍କଠାରୁ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ବୀରେନ୍ଦ୍ରଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଭାରତୀୟ ଫର୍ଟିଲାଇଜର ଆସୋସିଏଶନ ପକ୍ଷରୁ ଗୋଲ୍ଡେନ୍‌ ଜୁବଲି ସମ୍ମାନରେ ସମ୍ମାନୀତ କରାଯିବା ଲାଗି ଘୋଷଣା କରାଯାଇଥିଲା। ମଞ୍ଚ ଉପରକୁ ବୀରେନ୍ଦ୍ର ଆସିଥିଲେ। ସେ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ଫର୍ଟିଲାଇଜର ଆସୋସିଏଶନକୁ ଧନ୍ୟବାଦ ଜଣାଇଥିଲେ। ଏହା ସହିତ ସେ ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା କହି ବିନୟ ଭାବେ ପୁରସ୍କାର ଗ୍ରହଣ କରିପାରିବେନି ବୋଲି କହିଥିଲେ। ଏବେ ଏହି ପୁରସ୍କାର ପ୍ରଦାନ ସମାରୋହର ୨ ମିନିଟ୍‌ ୨୦ ସେକେଣ୍ଡର ଏକ ଭିଡ଼ଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share