Categories: ଜାତୀୟ

ୟୁସିସିକୁ ସମର୍ଥନ କରିବା ପଡ଼ିଲା ମହଙ୍ଗା: ଏଏପି ଛାଡିଲେ ପ୍ରଫୁଲ୍ଲ ଭାସାଭା …

ଅହମଦାବାଦ,୧୦।୭ : ଗୋଟିଏ ଦେଶ, ଗୋଟିଏ ଆଇନର ଲକ୍ଷ୍ୟ ନେଇ ୟୁନିଫର୍ମ ସିଭିଲ କୋଡ (ୟୁସିସି) ପାଇଁ ନୀତିଗତ ସମର୍ଥନ ଘୋଷଣା କରି ଗୁଜରାଟରେ ଆମ ଆଦମୀ ପାର୍ଟି (ଏଏପି) ଏବଂ ଅରବିନ୍ଦ କେଜରିୱାଲଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟର ଅନୁସୂଚିତ ଜନଜାତି (ଏସଟି) ପାଇଁ ସଂରକ୍ଷିତ ଆସନରୁ ୨୦୨୨ ମସିହାରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଜଣେ ଏଏପି ନେତା ଦଳରୁ ଇସ୍ତଫା ଦେଇଛନ୍ତି। ସେ ୟୁସିସି ପାଇଁ ଦଳର ସମର୍ଥନକୁ ବିରୋଧ କରିଛି। ।

ଏଏପି ସୁପ୍ରିମୋ ତଥା ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲଙ୍କୁ ପଠାଯାଇଥିବା ଇସ୍ତଫା ପତ୍ରରେ ଆଦିବାସୀ ନେତା ପ୍ରଫୁଲଲ ଭାସାଭା କହିଛନ୍ତି ୟୁନିଫର୍ମ ସିଭିଲ କୋଡ ହେଉଛି ସମ୍ବିଧାନ ଉପରେ ଆକ୍ରମଣ। ତଥାପି, ସମ୍ବିଧାନର ଧାରା ୪୪ ନିଜେ ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ବିଷୟରେ କଥାବାର୍ତ୍ତା କରେ, ଏପରିକି ସୁପ୍ରିମକୋର୍ଟ ମଧ୍ୟ ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ବିଷୟରେ କହିଛନ୍ତି, ତେବେ ସୁପ୍ରିମକୋର୍ଟ ସମ୍ବିଧାନ ବିରୋଧରେ କଥାବାର୍ତ୍ତା କରିବେ କି? ଏଭଳି ପରିସ୍ଥିତିରେ, କିପରି ଏଏପି ନେତାମାନେ ଏହାକୁ ସମ୍ବିଧାନ ଉପରେ ଆକ୍ରମଣ ବୋଲି ଜାଣି ମଧ୍ୟ ସମର୍ଥନ କରୁଛନ୍ତି, ଏହାର ଉତ୍ତର କେବଳ ସେମାନଙ୍କୁ ଦେବାକୁ ପଡ଼ିବ।]

ନର୍ମଦା ଜିଲାର ନନ୍ଦୋଦ (ଏସଟି) ଆସନରୁ ୨୦୨୨ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଭାସା ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରୁଥିବାବେଳେ ଆଦିବାସୀଙ୍କ ଅଧିକାରର ସୁରକ୍ଷା ବିଷୟରେ ଏଏପି କହିପାରିବ ନାହିଁ। ସେ ଦାବି କରିଛନ୍ତି ୟୁନିଫର୍ମ ସିଭିଲ କୋଡ ଆଦିବାସୀମାନେ ଉପଭୋଗ କରୁଥିବା ସମସ୍ତ ସୁବିଧା ସମାପ୍ତ କରିବ।

 

Share