ଭୟ ଦେଖାଇ ବିରୋଧୀ ଦମନ

ବୟକଟ୍‌ ‘ଲାଲ୍‌ ସିଂହ ଚଢା’। ସଦ୍ୟ ଟୁଇଟର ଓ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ ହୋଇଥିବା ଏହା ଏକ କ୍ୟାମ୍ପେନ୍‌। ଏହାର ଉଦ୍ଦେଶ୍ୟ ଥିଲା ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ଲାଲ୍‌ ସିଂହ ଚଢାକୁ ଯେପରି ଲୋକମାନେ ନ ଦେଖିବେ ବା ବର୍ଜନ କରିବେ। ଏହାର ଅନୁରୂପ ଫଳ ମଧ୍ୟ ମିଳିଲା, ଯାହା ଚଳଚ୍ଚିତ୍ରର ପ୍ରାରମ୍ଭିକ ରିପୋର୍ଟରୁ ଜଣାଯାଉଛି। ୧୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ମାତ୍ର ୧୪ କୋଟି ଟଙ୍କା ରୋଜଗାର କରିିବାକୁ ସକ୍ଷମ ହେଲା। ଏହା ପଛର ମୁଖ୍ୟ କାରଣ ହେଉଛି, ନିର୍ଦ୍ଦିଷ୍ଟ ବିଚାରଧାରାରେ ବିଶ୍ୱାସ କରୁଥିବା ଗୋଟିଏ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଅଭିଯାନ। ଏହା ସାମାଜିକ ଗଣମାଧ୍ୟମରେ ଏପରି ଟ୍ରେଣ୍ଡ ହେଲା ଯେ, ଅମୀର୍‌ ଭୟ ପାଇ ଲୋକମାନଙ୍କୁ ଭାବପ୍ରବଣ ହୋଇ ଚଳଚ୍ଚିତ୍ରଟିକୁ ଦେଖିବାକୁ ନିବେଦନ କଲେ। ସେ କହିଲେ, ମଁୁ ଭାରତକୁ ଭଲପାଏ ଓ ଏହା ମୋ ଦେଶ। ଅମୀର୍‌ଙ୍କ ଭାରତ ବିରୋଧୀ ମାନସିକତାର ପ୍ରମାଣ କେବେ ବି ଦେଖାଯାଇନାହଁି। ସରକାରଙ୍କୁ ବିରୋଧ କରିବା ଅର୍ଥ ଦେଶକୁ ବିରୋଧ କରିବା ନୁହେଁ। କାରଣ ସରକାର ଦେଶ ନୁହେଁ। ସରକାରଙ୍କୁ ବିରୋଧ କରିବା ନାଗରିକମାନଙ୍କର ଅଧିକାର। ସରକାର ଆଜି ଅଛି କାଲି ବଦଳିବ, କିନ୍ତୁ ଦେଶ ଯୁଗ ଯୁଗ ଯାଏ ରହିଥିବ। ବରଂ ନାଗରିକମାନେ ସରକାରଙ୍କୁ ବିରୋଧ କରିବା ଦ୍ୱାରା ଗଣତନ୍ତ୍ର ମଜଭୁତ ହୋଇଥାଏ ଓ ସରକାର ସଚେତନ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ସରକାରଙ୍କୁ ବିରୋଧକଲେ ତାହାକୁ ଦେଶଦ୍ରୋହ ସହିତ ଯୋଡ଼ି ଦିଆଯାଉଛି। ସରକାରରେ ଥିବା ଦଳ ଓ ତାଙ୍କ ସମର୍ଥକମାନେ ଏପରି କରି ବିରୋଧୀ ତଥା ଭିନ୍ନ ମତକୁ ଦମନ କରିବାକୁ ଚାହଁୁଛନ୍ତି।
ସରକାରଙ୍କ କାର୍ଯ୍ୟ ବିଷୟରେ ଅମୀର୍‌ ପୋଷଣ କରିଥିବା ଭିନ୍ନମତକୁ ଦବେଇବା ପାଇଁ ଏହା ଏକ ସୁଚିନ୍ତିତ ପଦକ୍ଷେପ। ସରକାରୀ ଦଳର ଆଇଟି ସେଲ୍‌ ଭିନ୍ନ ଭିନ୍ନ ମୁଖା ପିନ୍ଧି ଏହି କ୍ୟାମ୍ପେନ୍‌କୁ ଚଳେଇଥିଲା। ଉଦ୍ଦେଶ୍ୟ ଥିଲା ୧୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସ୍‌ରେ ମାଡ଼ ଖାଇଗଲେ ଅମୀର୍‌ ଓ ତାଙ୍କ ଟିମ୍‌ର ବହୁତ କ୍ଷତି ହେବ। ଫଳରେ ଭବିଷ୍ୟତରେ ଆଉ କୌଣସି ବି କଳାକାର ସରକାରଙ୍କ ବିରୋଧରେ ମତ ପୋଷଣ କରିବାକୁ ସାହସ କରିବେ ନାହଁି। ଏହି କ୍ୟାମ୍ପେନ୍‌ର ଏଜେଣ୍ଡା ସ୍ପଷ୍ଟ, ଭୟ ଦେଖାଇ ଭିନ୍ନ ମତକୁ ଦମନ କର। ଏପରିକି ବଲିଉଡ୍‌ର ଅନ୍ୟ ଜଣେ କଳାକାର ହ୍ରିତିକ୍‌ ରୋଶନ ଲାଲ୍‌ ସିଂହ ଚଢା ଚଳଚ୍ଚିତ୍ରକୁ ସମର୍ଥନ କରିବାରୁ ତାଙ୍କୁ ବି ଧମକ ଦିଆଗଲା, ତୁମର ଆଗାମୀ ଚଳଚ୍ଚିତ୍ର ‘ବିକ୍ରମ ବେଧା’କୁ ବି ସମାନ ଢଙ୍ଗରେ ବର୍ଜନ କରାଯିବ। ସରକାରୀ ଦଳର ‘ଭୟ ଫର୍ମୁଲା’ ଏଥିରୁ ସ୍ପଷ୍ଟ ରୂପେ ବୁଝିହେଉଛି। କଳାକାରମାନଙ୍କୁ ଆଇଟି ସେଲ୍‌ ମାଧ୍ୟମରେ ଧମକେଇ, ଭୟ ଦେଖାଇ ଦମନ କରିବାର ଏକ ନୂଆ ସୂତ୍ର ସରକାରୀ ଦଳ ଆପଣେଇଛି। କେବଳ କଳାକାର ନୁହନ୍ତି, ବିପକ୍ଷ ରାଜନେତାମାନଙ୍କୁ ମଧ୍ୟ ଅନୁରୂପ ଢଙ୍ଗରେ ସିବିଆଇ ଓ ଇଡି ମାଧ୍ୟମରେ ଭୟ ଦେଖାଯାଉଛି। ମହାରାଷ୍ଟ୍ର ସରକାରକୁ ଭାଙ୍ଗିବା ପାଇଁ ସୁଚିନ୍ତିତ ଭାବେ ଏନ୍‌ସିପି, ଶିବସେନା ଓ କଂଗ୍ରେସ ନେତାମାନଙ୍କ ବିରୋଧରେ ସିବିଆଇ ଓ ଇଡିକୁ ଉପଯୋଗ କରାଗଲା। ଭୟର ଚାପ ଏତେ ଅଧିକ ହେଲା ଯେ, ଶିବସେନାର ବିଧାୟକମାନେ ନିଜ ନେତାଙ୍କ ବିରୋଧରେ ବିଦ୍ରୋହ କରି, ଶିବସେନା ଦଳ ଭାଙ୍ଗି, ମହାରାଷ୍ଟ୍ର ସରକାରକୁ ଭାଙ୍ଗି ଦେଲେ ଓ ଭାଜପା ସହିତ ମିଶି ମହାରାଷ୍ଟ୍ରରେ ନୂଆ ସରକାର ଗଠନ କଲେ, ଯାହା ଭାଜପା ଦୀର୍ଘଦିନରୁ ଚେଷ୍ଟା କରିଆସୁଥିଲା। କେବଳ ମହାରାଷ୍ଟ୍ର ନୁହେଁ, କର୍ନାଟକରେ ମଧ୍ୟ ଅନୁରୂପ ଭାବେ ସରକାର ଭଙ୍ଗାଗଲା ଓ ଭାଜପା ସରକାର ଗଠନ କରାଗଲା। ପଶ୍ଚିମବଙ୍ଗ ଓ ଓଡ଼ିଶାରେ ମଧ୍ୟ ଭାଜପା ସମାନ ନୀତି ଆପଣାଉଛି। କିନ୍ତୁ ଏଯାଏ ସଫଳ ହୋଇପାରିନାହଁି। ସିବିଆଇ ଭୟ ଦେଖାଇ କେନ୍ଦ୍ର ସରକାର ଏକାଧିକ ପ୍ରସଙ୍ଗରେ ବିଜେଡିର ସମର୍ଥନ ହାସଲ କରିବାରେ ସଫଳ ହୋଇଛି। ଏତଦ୍‌ବ୍ୟତୀତ କଂଗ୍ରେସର ନେତାମାନଙ୍କୁ ବାରମ୍ବାର ସିବିଆଇ ଓ ଇଡି ଜେରା କରୁଥିବା ଦେଖାଯାଉଛି। ଏହା ପଛରେ ଭାଜପାର କୁଟିଳ ଉଦ୍ଦେଶ୍ୟ ଓ ପ୍ରଚ୍ଛନ୍ନ ହାତ ନାହଁି କହିବା ସତ୍ୟର ଅପଳାପ ହେବ। ସମ୍ପ୍ରତି ରାଜ୍ୟଗୁଡ଼ିକରେ ସରକାର ଭାଙ୍ଗିବା ଓ ଗଢ଼ିବାର ପ୍ରମୁଖ ମାଧ୍ୟମ ହୋଇଛି ସିବିଆଇ ଓ ଇଡି ପରି କେନ୍ଦ୍ରୀୟ ଅନୁଷ୍ଠାନ। ଯେଉଁ ଛାତ୍ରନେତା ଓ ସାମ୍ବାଦିକମାନେ ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରୁଛନ୍ତି ସେମାନଙ୍କୁ ଦେଶଦ୍ରୋହ ଦଫାରେ ଜେଲରେ ଭର୍ତ୍ତି କରିଦିଆଯାଉଛି। ଭାଜପାକୁ କ୍ଷମତାକୁ ଆସିବା ପୂର୍ବରୁ ଅତୀତରେ ଆମ ଦେଶରେ କେନ୍ଦ୍ର ସରକାରଙ୍କୁ ବହୁତ ସମାଲୋଚନା କରାଯାଇଛି। ସରକାରଙ୍କ ବିରୋଧରେ ଅନେକ ଆନ୍ଦୋଳନ ହୋଇଛି। କିନ୍ତୁ ଏପରି ଭାବେ ଭୟ ଦେଖାଇ ଦମନ କରିବାର ପରମ୍ପରା ୨୦୧୪ ପରଠାରୁ ଆରମ୍ଭ ହୋଇଛି।
ଗଣତନ୍ତ୍ରର ମୁଖ୍ୟ ଚାଳକ ହେଉଛି ସଶକ୍ତ ବିରୋଧୀ ଦଳ। କିନ୍ତୁ ଏହି ସରକାର ଅମଳରେ ବିରୋଧୀଙ୍କ ପଛରେ ସିବିଆଇ ଓ ଇଡି ଲଗେଇ, ଇନ୍‌କମ୍‌ ଟାକ୍ସ ରେଡ୍‌ କରି, ଆଇଟି ସେଲ୍‌ ଦ୍ୱାରା ମିଛ କ୍ୟାମ୍ପେନ୍‌ ଚଳେଇ, ଭୟ ଦେଖାଇ ଭିନ୍ନ ମତକୁ ଦମନ କରାଯାଉଛି। ଯିଏ ଭୟରେ ନ ଦବିଲା ସେମାନଙ୍କୁ କ୍ଷମତାର ଲୋଭ ଦେଖାଇ କିଣି ନିଆଯାଉଛି। ଯେନତେନ ପ୍ରକାରେ ଭାଜପା ହଁି କ୍ଷମତାକୁ ଆସିବା ଦରକାର, ଏହା ହଁି ଏକମାତ୍ର ଲକ୍ଷ୍ୟ। ସେଥିପାଇଁ ଗଣତନ୍ତ୍ର ଓ ସମ୍ବିଧାନକୁ ଦଳିମକଚି ଦିଆଯାଉଥିବା ଉଦାହରଣ କମ୍‌ ନାହଁି। ସରକାରକୁ ବିରୋଧୀ ଶୂନ୍ୟ କରିବାର ଏହା ଏକ ପ୍ରାୟୋଜିତ ପ୍ରକ୍ରିୟା। ଏହା ଭୁଲିଯିବା ଉଚିତ ନୁହେଁ ଯେ, କେବଳ ସ୍ବେଚ୍ଛାଚାରୀମାନେ ହଁି ଏକ ବିରୋଧୀ ଶୂନ୍ୟ ପରିସ୍ଥିତି ଚାହାନ୍ତି । ତା’ହେଲେ ଆମ ସରକାର ଆମ ଦେଶକୁ କେଉଁ ଆଡ଼କୁ ନେବାକୁ ଚାହାନ୍ତି? ବିରୋଧୀଶୂନ୍ୟ ହୋଇଗଲେ ବିପକ୍ଷରେ ଥିବା ରାଜନୈତିକ ଦଳମଗୁଡ଼ିକ ଯେତିକି କ୍ଷତି ନ ସହିବେ ତା’ଠାରୁ ଅଧିକ ସହିବେ ସାଧାରଣ ଜନତା। ପେଟ୍ରୋଲ ଓ ଗ୍ୟାସ୍‌ ଦର ବଢ଼ିବା, ଜଙ୍ଗଲ ଅଧିକାର ଆଇନରେ ପରିବର୍ତ୍ତନ ହେବା, ଦରଦାମ ବଢ଼ିବା, ରେଲୱେଠାରୁ ଆରମ୍ଭକରି ସବୁ କିଛି ଘରୋଇ କମ୍ପାନୀଙ୍କ ହାତକୁ ଟେକିଦେବା ଏହାର ପ୍ରାରମ୍ଭିକ ଉଦାହରଣ। ବିରୋଧୀଙ୍କୁ ନିପାତ କରିବାକୁ ଚାହଁୁଥିବା ଏକ ସରକାରର ଚରିତ୍ର ସର୍ବଦା ଜନବିରୋଧୀ ହଁି ହୋଇଥାଏ। ଯଦି ଲୋକମାନେ ଏହି ଜାଲରୁ ମୁକୁଳିବାକୁ ଚାହାନ୍ତି, ତେବେ ପ୍ରଥମେ ଏକ ଶକ୍ତ ବିରୋଧୀ ଦଳକୁ ଠିଆ କରିବାକୁ ହେବ। ଭାଜପାର କଂଗ୍ରେସମୁକ୍ତ ଭାରତ ଅର୍ଥାତ୍‌ ବିପକ୍ଷଶୂନ୍ୟ ସରକାର ତତ୍ତ୍ୱକୁ ବିଫଳ କରିବାକୁ ହେବ। ସ୍ବାଧୀନତା ପରେ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କିଛି କାର୍ଯ୍ୟକୁ ସମାଲୋଚନା କରି ପ୍ରସିଦ୍ଧ କାର୍ଟୁନିଷ୍ଟ ଆର.କେ. ଲକ୍ଷ୍ମଣ ଅତି ତୀକ୍ଷ୍ଣ କାର୍ଟୁନ୍‌ମାନ ପ୍ରକାଶ କରୁଥିଲେ। କିନ୍ତୁ ନେହେରୁ ଏଥିରେ ପ୍ରତିଶୋଧ ପରାୟଣ ନ ହୋଇ ଲକ୍ଷ୍ମଣଙ୍କୁ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ ଓ ନିଜର ଭୁଲ୍‌କୁ ତାଙ୍କ ଦ୍ୱାରା ଦେଖିପାରୁଥିଲେ। ଏହା ହଁି ଏକ ଗଣତନ୍ତ୍ରର ଅସଲ ପରିଚୟ। ଦୁର୍ଭାଗ୍ୟର ବିଷୟ ଯେ, ସରକାର ଭିନ୍ନମତ ପ୍ରତି ଉଦାର ନ ହୋଇ ବିରୋଧୀଙ୍କୁ ଭୟ ଦେଖାଇ ଦମନ କରୁଛନ୍ତି।
ସ୍ବେଚ୍ଛାଚାର ଆଡ଼କୁ ଯାଉଥିବା ସରକାର କେବଳ ବିପକ୍ଷକୁ ଭୟ ଦେଖାନ୍ତି ନାହଁି ନିଜ ସମର୍ଥକମାନଙ୍କୁ ମଧ୍ୟ ଭୟର ଜାଲରେ ଛନ୍ଦିଥାନ୍ତି। ଯେମିତି ଏବେ ସରକାର ବାରମ୍ବାର କହୁଛନ୍ତି ସମସ୍ତ ବିଦେଶୀ ରାଷ୍ଟ୍ର ଆମ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ଯେକୌଣସି ଅନ୍ତର୍ଜାତୀୟ ସଂସ୍ଥାର ରିପୋର୍ଟକୁ ଷଡ଼ଯନ୍ତ୍ର ଭାବେ ବର୍ଣ୍ଣନା କରୁଛନ୍ତି।ଭୟ ଦେଖାଇ ଦମନ କରିବା ଗଣତନ୍ତ୍ରର ଅସ୍ତିତ୍ୱ ପ୍ରତି ମସ୍ତବଡ଼ ବିପଦ। ଜନସାଧାରଣ ଏଥିପ୍ରତି ସଚେତନ ହୋଇ ଜାଗ୍ରତ ହେବା ଅତ୍ୟନ୍ତ ଜରୁରୀ।

– ବିଚିତ୍ର ବିଶ୍ୱାଳ
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri