Categories: ଖେଳ

ସୁପ୍ରଭାତଙ୍କୁ ‘ତୁଷାରଶ୍ରୀ’ ଟାଇଟଲ

ଭୁବନେଶ୍ୱର, ୧୫ା୩(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ବଡିବିଲ୍ଡିଂ ଆସୋସିଏଶନ ଆନୁକୂଲ୍ୟରେ ରାମକୃଷ୍ଣ ପଟ୍ଟନାୟକ ମେମୋରିଆଲ ‘ତୁଷାରଶ୍ରୀ’ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱରର ବିଭିନ୍ନ ଜିମ୍ନାସିୟମ ଏବଂ କ୍ଲବରୁ ୪୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୬୦, ୭୦, ୮୦ କେଜି ଆଦି ୩ ଓଜନ ବର୍ଗ ଏବଂ ପୁରୁଷ ଫିଜିକ୍‌ ସ୍ପୋଟର୍‌ସକୁ ମିଶାଇ ମୋଟ ୪ଟି ବିଭାଗରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ଫିଟ୍‌ନେସ ବୁଲ୍‌ ଜିମ୍ନାସିୟମର ସୁପ୍ରଭାତ ମୁଣ୍ଡା ‘ତୁଷାରଶ୍ରୀ’ ଟାଇଟଲ ହାସଲ କରିଥିଲେ। ୬୦ କେଜିରେ ନରେନ୍ଦ୍ର ସାହୁ, ନବଜ୍ୟୋତି ପଟ୍ଟନାୟକ ଓ ସମରଜିତ ନାୟକ, ୭୦ କେଜିରେ ସୋନୁ ଶ୍ରେଷ୍ଠ, ପ୍ରମୋଦ କୁମାର ସ୍ବାଇଁ ଓ ସାଜନ ନାୟକ ଏବଂ ୮୦ କେଜିରେ ସୁପ୍ରଭାତ ମୁଣ୍ଡା, ପାର୍ଥସାରଥି ଜେନା ଓ ରଞ୍ଜନ ଚୌଧୁରୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁରୁଷ ଫିଜିକ୍‌ ସ୍ପୋଟର୍‌ସରେ ଅନିଲ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ଦାସ ଓ ଆଦିତ୍ୟ କୁମାର ସୁର ପ୍ରଥମ ୩ ସ୍ଥାନରେ ରହିଥିଲେ। ରାଜ୍ୟ ସଭା ସଦସ୍ୟା ସୁଲତା ଦେଓ ମୁଖ୍ୟ ଅତିଥି ଏବଂ ବିଧାୟକ ସୁରେଶ କୁମାର ରାଉତରାୟ, ସାମାଜିକ କର୍ମୀ କବିରାଜ ସ୍ବାଇଁ, ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରୁଦ୍ର ସାମନ୍ତରାୟ, ଅମରେଶ ଜେନା, ଅର୍ଜୁନ ସାହୁ, କେଦାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘ ସଭାପତି ସୁମିତ୍ରା ତ୍ରିପାଠୀ, ସମ୍ପାଦକ ପ୍ରସନ୍ନ ମହାସୁଆର, ତୁଷାର ଚାରିଟେବୁଲ ଟ୍ରଷ୍ଟ ସଭାପତି ଜିତେନ୍ଦ୍ର ଜେନା, ସମ୍ପାଦକ ବିବେକାନନ୍ଦ ବାରିକ ଉପସ୍ଥିତ ଥିଲେ।

Share