Categories: ଜାତୀୟ

ଅଫଜାଲଙ୍କ ଆବେଦନ ଉପରେ ୧୦ ଅକ୍ଟୋବରରେ ହେବ ଶୁଣାଣି, ଗ୍ୟାଙ୍ଗଷ୍ଟର ମାମଲାରେ ଦଣ୍ଡାଦେଶକୁ କରିଥିଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୬।୯: ଲୋକ ସଭାରେ ଅଯୋଗ୍ୟ ଘୋଷଣା ହୋଇଥିବା ଅଫଜଲ ଅନସାରୀଙ୍କ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ଦଣ୍ଡାଦେଶକୁ ସ୍ଥଗିତ ରଖିବା ଆବେଦନ ଉପରେ ସୁପ୍ରିମକୋର୍ଟ ୧୦ ଅକ୍ଟୋବରରେ ଶୁଣାଣି କରିବେ। ସର୍ବୋଚ୍ଚ ଅଦାଲତ ଏହା ପୂର୍ବରୁ ଉତ୍ତରପ୍ରଦେଶ ସରକାରଙ୍କୁ ଏହି ଆବେଦନ ଉପରେ ଜବାବ ଦାଖଲ କରିବାକୁ କହିଛନ୍ତି। ଅନସାରୀଙ୍କ ଓକିଲ ଜୁବୈର ଅହମ୍ମଦ ଖାନ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ ଆଗରେ ଚ୍ୟାଲେଞ୍ଜ କରିଛନ୍ତି।

ହାଇକୋର୍ଟ ଟ୍ରାଏଲ କୋର୍ଟର ଦଣ୍ଡାଦେଶକୁ ଖାରଜ କରିବାକୁ ମନା କରିଦେଇଥିଲେ। ନିମ୍ନ ଅଦାଲତ ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କ ଭାଇ ଫଜଲ ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ପରେ ଗାଜୀପୁରର ଏମ୍‌ପି ଥିବା ଅନସାରୀଙ୍କ ଲୋକ ସଭା ସଦସ୍ୟତା ବାତିଲ କରାଯାଇଥିଲା।

 

Share