Categories: ଜାତୀୟ

ଜମ୍ମୁ-କଶ୍ମୀର ନିର୍ବାଚନ ପ୍ରସଙ୍ଗ: ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୭: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି। ଏଥିସହ ମଣିପୁରରେ ଇଣ୍ଟରନେଟ ବନ୍ଦ ପ୍ରସଙ୍ଗର ଆବେଦନକୁ ସୁପ୍ରିମକୋର୍ଟ ମଧ୍ୟ ଖାରଜ କରିଦେଇଛନ୍ତି।

ଜମ୍ମୁ-କଶ୍ମୀରରେ ନିର୍ବାଚନ କରିବା ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଧାରା ୩୭୦ ଉଚ୍ଛେଦ ସହ ଜଡିତ ମାମଲା ଜୁଲାଇ ୧୧ରେ ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି। ଶୁଣାଣି ପରେ ହିଁ ଏହି ଆବେଦନ ଉପରେ ଶୁଣାଣି ହେବ।

ଜମ୍ମୁ-କାଶ୍ମୀରରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପୁନଃସ୍ଥାପିତ କରିବା ପାଇଁ ଶୀଘ୍ର ବିଧାନସଭା ନିର୍ବାଚନ କରାଯାଉ ବୋଲି ହାର୍ଦ୍ଦିକ ସିଂ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ସେ କହିଥିଲେ ଯେ ଲୋକମାନେ ଦୀର୍ଘ ଦିନ ଧରି ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ରଖାଯାଇପାରିବନାହିଁ। ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଏକ ନିର୍ବାଚିତ ସରକାର ରହିବା ଆବଶ୍ୟକ, ଯାହା ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବେ।

Share