Categories: ଜାତୀୟ

ମେ’ ୧୦ରୁ ସୁପ୍ରିମକୋର୍ଟ ଗ୍ରୀଷ୍ମ ଅବକାଶ

ନୂଆଦିଲ୍ଲୀ,୧।୫: ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶନିବାର ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରିଛନ୍ତି । ମେ’ ୧୦ରୁ ଜୁନ ୨୮ ପର୍ଯ୍ୟନ୍ତ କୋର୍ଟ ବନ୍ଦ ରହିବ। କୋଭିଡ୍‌ ସଂକ୍ରମଣକୁ ନେଇ ବାର୍‌ ଆସୋସିଏଶନ ପକ୍ଷରୁ ଗ୍ରୀଷ୍ମ ଅବକାଶ ଆଗୁଆ କରିବାକୁ ସୁପ୍ରିମକୋର୍ଟଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ବିଚାର କରି ଆସନ୍ତା ୧୦ ତାରିଖରୁ ଗ୍ରୀଷ୍ମ ଅବକାଶ ହେବ ବୋଲି ପ୍ରଧାନ ବିଚାରପତି ଏନ୍‌.ଭି. ରମନା ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ମେ’ ୧୪ ତାରିଖରୁ ସୁପ୍ରିମକୋର୍ଟର ଗ୍ରୀଷ୍ମ ଅବକାଶ ହୋଇଥାଏ।

Share