Categories: ଜାତୀୟ

କାବେରୀ ଜଳ ବଣ୍ଟନ ବିବାଦର ଶୁଣାଣି ପାଇଁ ସହମତି ପ୍ରକାଶ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୧।୮ : କାବେରୀ ନଦୀ ଜଳ ବଣ୍ଟନ ବିବାଦର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଶୁଣାଣି ପାଇଁ ଏକ ବେଞ୍ଚ ଗଠନ କରିବାକୁ କୋର୍ଟ ରାଜି ହୋଇଛନ୍ତି। ତାମିଲନାଡୁ ସରକାର ଜଳ ଛାଡିବା ପାଇଁ ନୂତନ ନିର୍ଦ୍ଦେଶ ଚାହୁଁଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, କାବେରୀ ନଦୀ କର୍ନାଟକରୁ ଆରମ୍ଭ ହୋଇ ତାମିଲନାଡୁ, ପୁଡୁଚେରୀ ଦେଇ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡିଛି। କାଭେରୀ ନଦୀ ଅବବାହିକା ୮୧,୧୫୫ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି ଏବଂ ଏହାର ୩୪,୨୭୩ ବର୍ଗ କିଲୋମିଟର କର୍ନାଟକରେ ରହିଛି। ଏହରା ୨୮୬୬ ବର୍ଗ କିମି କେରଳରେ ଏବଂ ଅବଶିଷ୍ଟ ୪୪,୦୧୬ ବର୍ଗ କିମି ତାମିଲନାଡୁ ଏବଂ ପୁଡୁଚେରୀରେ ଅଛି ।

ଏହାପୂର୍ବରୁ ସୋମବାର ଡେପୁଟି ସିଏମ ଡି.କେ ଶିବକୁମାର କହିଥିଲେ ତାମିଲନାଡୁ କାବେରୀ ଜଳ ଛାଡିବା ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆମେ କୋର୍ଟର ନିଷ୍ପତ୍ତିକୁ ସମ୍ମାନ ଦେଉଛୁ ଏବଂ ତାମିଲନାଡୁର ଲୋକମାନେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବା ଉଚିତ ନୁହେଁ। ଉଭୟ ରାଜ୍ୟର ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମକୁ ଏକାଠି କାମ କରିବାକୁ ପଡିବ।

Share