ନୂଆଦିଲ୍ଲୀ,୧୧।୪: ସୁପ୍ରିମକୋର୍ଟ ପକ୍ଷରୁ ତାମିଲନାଡୁ ସରକାରଙ୍କୁ ବଡ ଝଟକା ଦିଆଯାଇଛି। ସରକାାଙ୍କ ପକ୍ଷରୁ ଆରଏସଏସର ରୁଟ ମାର୍ଚ୍ଚ ବିରୋଧରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ସୂଚନାଯୋଗ୍ୟ, ୪୭ଟି ସ୍ଥାନରେ ଆରଏସଏସର ପଥ ସଂଚଳନ ବା ରୁଟ ମାର୍ଚ୍ଚ ବାହାରିବାର ଅଛି ଯାହାକୁ ତାମିଲନାଡୁ ସରକାର ବିରୋଧ କରୁଛନ୍ତି।
ସରକାର କହିଥିଲେ କି ଏମିତି କିଛି ଜିଲା ରହିଛି ଯେଉଁଠି ସଡ଼କରେ ମାର୍ଚ୍ଚ ବାହାରିବାରେ ବିପଦ ରହିଛି। ରାଜ୍ୟ ସରକାର ସିମିତି ସ୍ଥାନରେ ଅନୁମତି ଦେବାକୁ ଚାହୁଁଥିଲେ ହେଲେ ସଡ଼କ ଉପରେ ନୁହେଁ ବରଂ ବନ୍ଦ ପରିସରରେ।
ତାମିଲନାଡୁ ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନରେ ଏହାବି କୁହାଯାଇଥିଲା କି ଏଭଳି ଆୟୋଜନ ଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି ହୋଇପାରେ। ଆରଏସଏସ ଏହାକୁ ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେବାର ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କହିଛି।