Categories: ଜାତୀୟ

ରାଜ୍ୟକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୫ା୫: ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିମାନଙ୍କ ପେନସନ୍‌ ସମୀକ୍ଷା ଲାଗି ପୂର୍ବରୁ ଦେଇଥିବା ନିର୍ଦ୍ଦେଶନାମାର ଅନୁପାଳନ ସମ୍ପର୍କିତ ରିପୋର୍ଟ ବୁଧବାର ଓଡ଼ିଶା ସମେତ ରାଜ୍ୟଗୁଡ଼ିକୁ ମାଗିଛନ୍ତି। ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓ ଏବଂ ବି. ଆର୍‌ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ସପ୍ତାହ ମଧ୍ୟରେ ଏହି କମ୍ପ୍ଲିଆନ୍ସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରସଙ୍ଗରେ ରାଜ୍ୟଗୁଡ଼ିକୁ ଆଉ ଅଧିକ ସମୟ ଦେଇ ହେବନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଶୁଣାଣିବେଳେ ଓଡ଼ିଶା ଓ ଅନ୍ୟ କେତେକ ରାଜ୍ୟ ରିପୋର୍ଟ ଦାଖଲ କରି ନ ଥିବା ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା। ପ୍ରକାଶ ଯେ, ୧୯୯୬ ଜାନୁୟାରୀ ୧ ପରେ ଅବସର ନେଇଥିବା ବିଚାରପତିମାନଙ୍କ ପେନ୍‌ସନ୍‌ ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ୨୦୧୨ରେ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଅଲ୍‌ ଇଣ୍ଡିଆ ଜଜେସ୍‌ ଆସୋସିଏଶନ ପକ୍ଷରୁ ଦାଖଲ ଏକ ଆବେଦନର ଶୁଣାଣି କରି ପୂର୍ବତନ ବିଚାରପତିମାନଙ୍କ ପେନ୍‌ସନ୍‌ କର୍ନାଟକ ମଡେଲ ଅନୁସାରେ ୩.୦୭ ଗୁଣ ବୃଦ୍ଧି ସଂକ୍ରାନ୍ତ ଅନୁପାଳନ ରିପୋର୍ଟ ମାଗିଥିଲେ।

Share