Categories: ଜାତୀୟ

ମହୁଆଙ୍କୁ ବହିଷ୍କାର କାହିଁକି, ଲୋଭସଭା ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୩।୧ : କ୍ୟାସ ଫର କ୍ୱେରୀ ମାମଲାରେ ଲୋକସଭାରୁ ବହିଷ୍କାର ବିରୋଧରେ ଟିଏମସି ନେତା ମହୁଆ ମୋଇତ୍ରଙ୍କ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ଦୁଇ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ଜବାବ ଦେବାକୁ ଲୋକସଭାର ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି। ମାର୍ଚ୍ଚ ୧୧ ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।

ସୂଚନାଯୋଗ୍ୟ, କ୍ୟାସ ଫର କ୍ୱେରୀ ମାମଲାରେ ଶୀତ ଅଧିବେଶନରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ସେ ଲୋକସଭାର ନୈତିକ କମିଟି ବିରୋଧରେ ଅଭିଯୋଗ କରିଛନ୍ତି ତାଙ୍କୁ ମନଇଛା ବହିଷ୍କାର କରାଯାଇଛି। ଏନେଇ ନୀତିଗତ ଭାବେ ଚିନ୍ତା କରାଯାଇ ନାହିଁ। ତାଙ୍କୁ ଲୋକସଭାରେ ନିଜକୁ ରକ୍ଷା କରିବାକୁ ସୁଯୋଗ ଦିଆ ଯାଇ ନଥିବା ତାଙ୍କ ଆବେଦନରେ ମହୁଆ ଉଲ୍ଲେଖ କରିଛନ୍ତି।

Share