Categories: ଜାତୀୟ

ଝଗଡା ବନ୍ଦ କରି ମାମଲା ସମାଧାନ କର; ଦିଲ୍ଲୀ ଏଲ୍‌ଜି, ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ସୋମବାର ଅଧ୍ୟାଦେଶ ବିବାଦ ଏବଂ ଡିଇଆର୍‌ସି ଅଧ୍ୟକ୍ଷ ନିଯୁକ୍ତି ଶୁଣାଣି କରିଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀର ଏଲ୍‌ଜି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପାରସ୍ପରିକ ଝଗଡା ବନ୍ଦ କର ଏବଂ ରାଜନୀତିଠାରୁ ଉର୍ଦ୍ଧ୍ୱରେ ରହି ମାମଲା ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ସିଜେଆଇ ସ୍ପଷ୍ଟ ଶବ୍ଦରେ କହିଛନ୍ତି କି ଏପରି ରାଜନୈତିକ ବିବାଦ ବନ୍ଦ ହେବା ଉଚିତ୍‌। ରାଜନୀତିଠାରୁ ଉର୍ଦ୍ଧ୍ୱରେ ରହି ଉଭୟ ଅଧିକାରୀ କାହିଁକି ବସି ମତଭେଦ ସମାଧାନ କରୁନାହାନ୍ତି ବୋଲି ସିଜେଆଇ ଶୁଣାଣି ସମୟରେ କହିଛନ୍ତି ପ୍ରଶ୍ନ କରିଛନ୍ତି।
ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗ (ଡିଇଆର୍‌ସି )ର ଅଧ୍ୟକ୍ଷଙ୍କ ନାମ ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ପରାମର୍ଶ ଦେଇଛନ୍ତି। ଡିଇଆର୍‌ସି ଅଧ୍ୟକ୍ଷଙ୍କ ନିଯୁକ୍ତି ଉପରେ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏବଂ ଏଲଜି ଏକାଠି ବସି ନିଯୁକ୍ତି ଉପରେ ନିଷ୍ପତ୍ତି ନିଅନ୍ତୁ। ଆମେ ଆଶା କରୁଛୁ ଯେ ସେମାନେ ଏକମତ ସମାଧାନରେ ପହଞ୍ଚିବେ। ଗୁରୁବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।
ସୂଚନାଯୋଗ୍ୟ, ଦିଲ୍ଲୀ ଏଲ୍‌ଜି ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କଳି ନୂଆ ନୁହେଁ। ଉଭୟଙ୍କୁ ଅନେକଥର ଆରୋପ-ପ୍ରତ୍ୟାରୋପ କରୁଥିବା ଦେଖାଯାଏ।

Share