ଦୂଆଦିଲ୍ଲୀ: ଲକ୍ଡାଉନ ଯୋଗୁ ଦେଶ ମଧ୍ୟରେ ବିମାନ ସେବା ବାତିଲ ରହିଥିଲା। ହେଲେ ପୂର୍ବରୁ ବିମାନ ଟିକେଟ କରିଥିବା ଲୋକମାନେ ଏହି ଅବଧିରେ ଉଡାଣ ଲାଗି କରିଥିବା ଟିକେଟର ଅର୍ଥ ଫେରି ପାଇନାହାନ୍ତି। ବିମାନ କମ୍ପାନୀଗୁଡିକ ରିଫଣ୍ଡ ପ୍ରଦାନରେ ସମସ୍ୟା କରିବାରୁ ଏନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ବୁଧବାର ଏ ସଂକ୍ରାନ୍ତ ଆବେଦନର ସୁପ୍ରିମକୋର୍ଟ ଶୁଶାଣି କରିଛନ୍ତି। ବାତିଲ ହୋଇଥିବା ବିମାନ ଟିକେଟର ରିଫଣ୍ଡ ଲୋକଙ୍କୁ ପ୍ରଦାନ ନେଇ କିଭଳି ବ୍ୟବସ୍ଥା ହୋଇଛି ସେ ନେଇ ଶୁକ୍ରବାର ସୁଦ୍ଧା ସ୍ପଷ୍ଟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୫ ସୁଦ୍ଧା ଏ ସଂକ୍ରାନ୍ତରେ ଏକ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶରେ କୁହାଯାଇଛି। ମାମଲା ଉପରେ ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର୍. ସୁଭାଷ ରେଡ୍ଡୀ ଏବଂ ଜଷ୍ଟିସ ଏମ୍.ଆର୍. ଶାହା ଶୁଣାଣି କରୁଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ରେ ଲକ୍ଡାଉନ ଘୋଷଣା ହେବା ଦ୍ୱାରା ବିମାନ ସେବା ବାତିଲ ରହିଥିଲା। ପୂର୍ବରୁ ଟିକେଟ କରିଥିବା ଲୋକମାନେ ଏହି ଅବଧିରେ ବିମାନ ସେବା ଲାଭ କରି ନ ଥିଲେ ମଧ୍ୟ କମ୍ପାନୀଗୁଡିକ ଟିକେଟ ଅର୍ଥ ରିଫଣ୍ଡ କରିନାହାନ୍ତି।