ଆଦାନୀ-ହିଣ୍ଡନବର୍ଗ ମାମଲା: SEBI ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୧: ଆଦାନୀ-ହିଣ୍ଡନବର୍ଗ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ସେବିର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କରି ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସେବିର ତଦନ୍ତ ଉପଯୁକ୍ତ ଏବଂ ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ଏକ ଦକ୍ଷ ଏଜେନ୍ସି ଅଟେ। ଶେୟାର ମାର୍କେଟ ରେଗୁଲେଟର ଆଦାନୀ-ହିଣ୍ଡନବର୍ଗ ମାମଲାରେ ୨୪ ରୁ ୨୨ ମାମଲାରେ ତଦନ୍ତ ଶେଷ କରିସାରିଲେଣି ଏବଂ ଏବେ ଦୁଇଟି ବାକି ଅଛି। ଏହି ଦୁଇ ମାମଲାର ତଦନ୍ତ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସେବିକୁ ତିନି ମାସ ସମୟ ଦେଇଛନ୍ତି।

ଏହାପୂର୍ବରୁ, ନଭେମ୍ବର ୨୪ ରେ ଏହି ମାମଲାର ଶୁଣାଣି ବେଳେ ମାର୍କେଟ ରେଗୁଲେଟର ସେବି ଏବଂ ବିଶେଷଜ୍ଞ କମିଟିର ତଦନ୍ତ ଉପରେ ଉଠାଯାଇଥିବା ପ୍ରଶ୍ନକୁ ଖାରଜ କରି କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସୂଚନାଯୋଗ୍ୟ, ଆମେରିକାର ସର୍ଟ ସେଲ୍ର ସଂସ୍ଥା ୨୦୨୩ ରେ ଜାନୁୟାରୀ ମାସରେ ଆଦାନୀ ଗ୍ରୁପ୍ ଉପରେ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଥିଲା ​​ଯେଉଁଥିରେ ଆଦାନୀ କମ୍ପାନୀର ଅଂଶଧନକୁ ଅଧିକ ମୂଲ୍ୟ ଦିଆଯିବା ସହ ଠକେଇ ସମେତ ଗ୍ରୁପ୍ ଉପରେ ଋଣ ସମ୍ପର୍କରେ ଗୁରୁତର ପ୍ରଶ୍ନ ଉଠିଥିଲା।

Share