Categories: ଜାତୀୟ

ଶିବସେନା ବିବାଦକୁ ନେଇ ସୁପିମକୋର୍ଟଙ୍କ ବଡ ନିଷ୍ପତ୍ତି, ୫ ଜଜଙ୍କ ସମ୍ବିଧାନ ପୀଠକୁ ଦିଆଗଲା ମାମଲା

ନୂଆଦିଲ୍ଲୀ,୨୩ ।୮: ଶିବସେନା କାହାର? ଏବେ ଏହି ମାମଲା ସୁପ୍ରିମକାର୍ଟରେ । ମଙ୍ଗଳବାର ଏହାର ଏକ ଶୁଣାଣି କରି କୋର୍ଟ ଏହି ମାମଲାକୁ ୫ ଜଜଙ୍କ ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଏହାର ଶୁଣାଣି ହେବ । ୫ ଜଣ ଜଜ ବିଶିଷ୍ଟ ବେଞ୍ଚ ଶୁକ୍ରବାର ସ୍ଥିର କରିବେ ଯେ ଶିବସେନାର ନିର୍ବାଚନ ଚିହ୍ନ ଉପରେ ଆୟୋଗ ତାର ଶୁଣାଣି ଜାରି ରଖିବ ନା ନାହିଁ ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି, ଶୁଣାଣି ସମୟରେ ଶିନ୍ଦେ ଓ ଉଦ୍ଧବ ଠାକରେଙ୍କ ପକ୍ଷରୁ ଆବେଦନ କରାଯାଇଛି । ଏହି ଆବେଦନକୁ ଦେଖି ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦ୍ୱାରା ଦିଆଯାଇଥିବା ‘ଅସଲି ଶିବସେନା’ପାର୍ଟି ଭାବେ ମାନ୍ୟତା ଦେବା ଓ ‘ଧନୁ ତୀର’ ଚିହ୍ନକୁ ତାଙ୍କୁ ଦେବା ପାଇଁ ଆବେଦନ କରାଯାଇଥିବାରୁ ଗୁରୁବାର ପର୍ଯ୍ୟନ୍ତ ନିର୍ବାଚନ କମିଶନ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ । ଏହାପରେ କୋର୍ଟ ଏହି ମାମଲାକୁ ୫ ଜଣିଆ ଖଣ୍ଡପୀଠକୁ ଦେଇଛନ୍ତି । ଏବେ ସମ୍ବିଧାନ ପୀଠ ସ୍ଥିର କରିବ ଯେ ଏବେ ବାଚସ୍ପତି ଅଯୋଗ୍ୟତା ଉପରେ ଶୁଣାଣି କରିପାରିବେ ।

Share