‘ଆଦିପୁରୁଷ’ ନିର୍ମାତାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ହାଇକୋର୍ଟଙ୍କ ଆଦେଶ ଉପରେ ଲଗାଇଲେ ରୋକ

ନୂଆଦିଲ୍ଲୀ,୨୧।୭: ଫିଲ୍ମ ‘ଆଦିପୁରୁଷ’ ନିର୍ମାତା ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାର’ଆଦିପୁରୁଷ’ର ସିବିଏଫସି ସାର୍ଟିଫିକେଟ ବାତିଲ କରିବାକୁ ଦାବି ଶୁଣିବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସିବିଏଫସି ଏହାର କାମ କରେ। ସୁପ୍ରିମକୋର୍ଟ କହିଛନ୍ତି, ସିବିଏଫସି ଏହାର କାମ କରେ। ତାଙ୍କ ଦ୍ୱାରା ଦିଆଯାଇଥିବା ସାର୍ଟିଫିକେଟ ପାଇଁ ଚ୍ୟାଲେଞ୍ଜ ସିଧାସଳଖ ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରିବ ନାହିଁ।

ଏହା ସହିତ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇଛନ୍ତି, ଯେଉଁଥିରେ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ ଏବଂ ସଂଳାପ ଲେଖକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୁହାଯାଇଥିଲା। ସୁପ୍ରିମକୋର୍ଟ ଏହି ଫିଲ୍ମ ବିରୋଧରେ ବିଚାରାଧୀନ ମାମଲାକୁ ଅନ୍ୟ ହାଇକୋର୍ଟରେ ମଧ୍ୟ ସ୍ଥଗିତ ରଖିଛନ୍ତି।

 

Share