Categories: ଜାତୀୟ

ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଏନ.ଭି ରମଣଙ୍କ ନାଁ ସୁପାରିସ କଲେ ବୋବଡେ

ନୂଆଦିଲ୍ଲୀ,୨୪।୩: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏନ.ଭି ରମଣ ଦେଶର ପରବର୍ତ୍ତୀ ସମ୍ଭାବ୍ୟ ପ୍ରଧାନ ବିଚାରପତି ହୋଇପାରନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେ ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ ରମଣଙ୍କ ନାମ ସୁପାରିଶ କରିଛନ୍ତି। ବୋବଡେ ଏପ୍ରିଲ ୨୩ରେ ଅବସର ନେଉଛନ୍ତି। ଜଷ୍ଟିସ ନାଥୁଲାପାଟୀ ଭେକଟ ରମଣ ଫେବୃଆରୀ ୨, ୨୦୧୭ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କ କାର୍ଯ୍ୟକାଳର ଦୁଇ ବର୍ଷରୁ କମ ସମୟ ଅଛି। ସେ ୨୬ ଅଗଷ୍ଟ ୨୦୨୨ରେ ଅବସର ନେବାକୁ ଯାଉଛନ୍ତି।

Share